ETV Bharat / state

ଗଞ୍ଜାମ: ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ - ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ବ ନିରୀକ୍ଷକ

ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ାର ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝି । ଅଧିକ ପଢ଼ନ୍ତୁ

ଗଞ୍ଜାମ: ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ RI
ଗଞ୍ଜାମ: ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ RI
author img

By

Published : Aug 10, 2022, 4:16 PM IST

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ାର ଆରଆଇ ଦେବାଶିଷ ମାଝି ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି । ଏକ ବାଲି ବୋଝେଇ ଟିପର ଛାଡ଼ିବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି କାବୁ କରିଛି ଆରଆଇଙ୍କୁ ।

ଟିପର ମାଲିକ ଜଣଙ୍କ ପୂର୍ବରୁ ଏଥିପାଇଁ ୩୦ ହଜାର ଟଙ୍କା ଜୋରିମାନା ଦେଇଥିଲେ । କିନ୍ତୁ ଏବାବଦକୁ ଆରଆଇ ଦେବାଶିଷ ମାଝି ଆହୁରି ଲାଞ୍ଚ ମାଗିଥିଲେ ଏବଂ ଟଙ୍କା ନ ଦେଲେ ଗାଡ଼ି ଛାଡ଼ିବେ ନାହିଁ ବୋଲି କହିଥିଲେ । ଟିପର ମାଲିକ ଜଣଙ୍କ ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀ ଜଣକ ଲାଞ୍ଚ ଦେଲାବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ ଆରଆଇଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ ଟିମ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.