ଗଞ୍ଜାମ: କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଗଞ୍ଜାମ ପ୍ରଶାସନର ବଡ ପଦକ୍ଷେପ । ସଂକ୍ରମଣ ରୋକିବାକୁ କଟକଣା ଜାରି କଲା ପ୍ରଶାସନ । ଧାର୍ମିକ ସ୍ଥଳକୁ ଭକ୍ତଙ୍କ ପ୍ରବେଶ ନିଷେଧ ସହ ଜନଗହଳି ସ୍ଥାନକୁ ମଧ୍ୟ ଯାଇପାରିବେନି ସାଧାରଣ ଲୋକ ।
ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ ଅନ୍ୟ ଧର୍ମୀୟ ପୀଠ ମାନଙ୍କରେ ସୀମିତ ପୂଜକ ମାନେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରାଯିବ ।
ସେହିଭଳି ଗୁରୁବାର ଠାରୁ ମେ 15 ପର୍ଯ୍ୟନ୍ତ ଯାଏଁ ସାଧାରଣ ଲୋକଙ୍କୁ ଜିଲ୍ଲାର କୌଣସି ଜନଗହଳି ସ୍ଥାନ ଯେପରିକି ଧର୍ମୀୟ ଅନୁଷ୍ଠାନ, ପାର୍କ, ସମୁଦ୍ର କୂଳ, ଖେଳ ପଡିଆ, ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ