ETV Bharat / state

କୋରୋନାର କରାଳ ଚିତ୍ର, ଅନ୍ତିମ ସଂସ୍କାର ପାଇଁ ଆସିଲେନି ଆତ୍ମୀୟ

author img

By

Published : May 2, 2021, 9:02 PM IST

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସମରଝୋଳ ଗ୍ରାମରେ ଜଣେ ବ୍ୟକ୍ତି କୋରୋନାରେ ମୃତ୍ୟୁବରଣ କରିବା ପରେ ତାଙ୍କର ଅନ୍ତିମ ସତ୍କାର କରିବା ପାଇଁ ପରିବାର କିମ୍ବା ସାହି ପଡିଶା କେହି ବି ଆସିନଥିଲେ । ଅଧିକ ପଢନ୍ତୁ...

କୋରୋନା କରାଳ ଚିତ୍ର, ଅନ୍ତିମ ସଂସ୍କାର ପାଇଁ କେହି ଆସିଲେନି

ବ୍ରହ୍ମପୁର: କୋରୋନା ଭୟରେ ମୃତ୍ୟୁ ପରେ ମୃତଦେହ ଛୁଇଁଲେନି ଆତ୍ମୀୟ । ପରିବାର ଠାରୁ ଆରମ୍ଭ କରି ସାହି ପଡିଶା କେହି ବି ପାଖ ମଧ୍ୟ ମାଡିଲେନି । ଏଭଳି ସମୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଦୁଇ ସ୍ବେଚ୍ଛାସେବୀଙ୍କ ଉପସ୍ଥିତିରେ କରାଯାଇଛି ଅନ୍ତିମ ସଂସ୍କାର ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସମରଝୋଳ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା । ଗ୍ରାମର ୩୮ ବର୍ଷୀୟ ଡି. ଗୋବିନ୍ଦ ନାମକ ବ୍ୟକ୍ତିର ମୃତ୍ୟ ଘଟିବା ପରେ ତାହାକୁ ନେବା ପାଇଁ କେହି ରାଜି ହୋଇନଥିଲେ । ସେ ଗତ ଦୁଇ ଦିନ ତଳେ ପାରାଦ୍ବିପରୁ ଆସି ଅସୁସ୍ଥ ହୋଇପଡିଥିଲେ । ତେବେ ତାଙ୍କର ମୃତ୍ୟୁ ପରେ କୋରୋନା ଭୟରେ ତାଙ୍କ ପାଖକୁ କେହି ଆସିନଥିଲେ ।

ଏହିଭଳି ଏକ ଦୁଃଖଦପୂର୍ଣ୍ଣ ସମୟରେ ହିଞ୍ଜିଳିକାଟୁ ବିଡିଓ, ସ୍ଥାନୀୟ ପୌରନିର୍ବାହୀ ଅଧିକାରୀଙ୍କ ସମେତ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ବଡଖଣ୍ଡି ପଞ୍ଚାୟତର ଜି.ଆର୍.ଏସ୍ ଏବଂ ଦୁଇ ସ୍ବେଚ୍ଛାସେବୀ ମିଳିତ ଭାବରେ ପିପିଇ କିଟ୍ ପରିଧାନ କରି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଘର ଭିତରୁ ମୃତଦେହ ବାହାର କରିବା ସହିତ ଶେଷ ସମ୍ମାନ ମୁତାବକ ଅନ୍ତିମ ସତ୍କାର କରାଯାଇଥିଲା । ଯାହାକୁ ଏବେ ସବୁରି ମହଲରେ ପ୍ରଶଂସା କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.