ETV Bharat / state

ମିଳିଲାନି ଶବବୁହା ଗାଡି, ବାଇକରେ ମୃତଦେହ ବୋହିଲେ ଆତ୍ମୀୟ

author img

By

Published : Jan 16, 2021, 6:50 PM IST

ମିଳିଲାନି ଶବବୁହା ଗାଡି । ବାଇକରେ ବୃଦ୍ଧଙ୍କ ମୃତଦେହକୁ ବୋହିଲେ ଆତ୍ମୀୟ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ସମ୍ବେଦନଶୀଳ ଭିଡିଓ । ଅଧିକ ପଢନ୍ତୁ...

ମିଳିଲାନି ଶବବୁହା ଗାଡି, ବାଇକରେ ମୃତଦେହ ବୋହିଲେ ଆତ୍ମୀୟ
ମିଳିଲାନି ଶବବୁହା ଗାଡି, ବାଇକରେ ମୃତଦେହ ବୋହିଲେ ଆତ୍ମୀୟ

ଭଞ୍ଜନଗର: ପୁଣି ମୃତଦେହକୁ ଅସମ୍ମାନ । ମିଳିଲାନି ଶବବୁହା ଗାଡି । ବାଇକରେ ବୃଦ୍ଧଙ୍କ ମୃତଦେହକୁ ବୋହିଲେ ଆତ୍ମୀୟ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରୁ ପ୍ରକାଶ ପାଇଛି ଏହି ସମ୍ବେଦନଶୀଳ ଘଟଣା । ଯାହାର ଭିଡିଓ ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଜିରାବାଡି ଗାଁର ନୀଳମଣି ପ୍ରଧାନ ନାମକ ଜଣେ ବୃଦ୍ଧ ଅସୁସ୍ଥ ହୋଇ ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେଠାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ମାତ୍ର ତାଙ୍କ ମୃତଦେହକୁ ନେବା ପାଇଁ କୌଣସି ଗାଡି ମିଳି ନଥିଲା । ଶେଷରେ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକେ ମୋଟର ସାଇକେଲରେ ବୋହିଥିଲେ । ବାଇକରେ ଯାଉଥିବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପଟେ ଜଗନ୍ନାଥପ୍ରସାଦ ମେଡିକାଲ କର୍ତ୍ତୃପକ୍ଷକୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.