ETV Bharat / state

ଜୁଲାଇ ୧୫ରୁ ଖରିଫ ଧାନସଂଗ୍ରହ ପାଇଁ ହେବ ପଞ୍ଜିକରଣ - ଖରିଫ ଧାନସଂଗ୍ରହ ପାଇଁ ପଞ୍ଜିକରଣ

ଖରିଫ ଧାନସଂଗ୍ରହ ନିମନ୍ତେ ଜୁଲାଇ ୧୫ରୁ ଅନଲାଇନରେ ଆରମ୍ଭ ହେବ ଚାଷୀଙ୍କ ନାମ ପଞ୍ଜିକରଣ । ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ଜୁଲାଇ ୧୫ରୁ ଖରିଫ ଧାନସଂଗ୍ରହ ପାଇଁ ହେବ ପଞ୍ଜିକରଣ

author img

By

Published : Jul 13, 2022, 12:48 PM IST

ବ୍ରହ୍ମପୁର: ଖରିଫ ଧାନସଂଗ୍ରହ ନିମନ୍ତେ ଜୁଲାଇ ୧୫ରୁ ଅନଲାଇନରେ ଆରମ୍ଭ ହେବ ଚାଷୀଙ୍କ ନାମ ପଞ୍ଜିକରଣ । ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କର ଅନଲାଇନ୍ ପଞ୍ଜିପରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ପ୍ରଶିକ୍ଷଣ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ସରକାର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ପଞ୍ଜିକରଣ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଶେଷ ମୂହୁର୍ତ୍ତକୁ ଅପେକ୍ଷା ନକରି ପଞ୍ଜିକରଣ କରାଗଲେ ପଞ୍ଜିକରଣ ନିର୍ଭୁଲ ଓ ସୁପରିଚାଳନା ହେବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ସମସ୍ତ ଉପ ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ନିଜ ନିଜ ସ୍ତରରେ ବୈଠକ କରି ପଞ୍ଜିକରଣ ପ୍ରକ୍ରିୟାର କାର୍ଯ୍ୟ ପରିଚାଳନା କରିବେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ନେତୃତ୍ବରେ ପ୍ରଶିକ୍ଷକ ଗଣ, ପେକସ ସଂପାଦକ, ବ୍ଲକ୍ ଗୁଡିକର ଡି.ଇ.ଓ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଂପାଦିକା, ସମସ୍ତ କ୍ଷେତ୍ର ଅଧିକାରୀ, କୋ-ଅପରେଟିଭ୍ ନିରୀକ୍ଷକ, ଯୋଗାଣ ବିଭାଗୀୟ ନିରୀକ୍ଷକ, ସମସ୍ତ ବ୍ଲକ୍ ଯୋଜନା ସଂଯୋଜକ ମାନଙ୍କୁ ଅନ୍ ଲାଇନ୍ ପଞ୍ଜିକରଣର ପ୍ରକ୍ରିୟା ଏବଂ କିଭଳି କରିବେ ସେ ସମସ୍ତ ଦିଗ ପ୍ରତି ଅବଗତ କରାଇଥିଲେ ।

ଚାଷୀ ପଞ୍ଜିକରଣ ଫର୍ମରେ ଥିବା ନୂଆ ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ଓ ଅନଲାଇନ୍ କରିବାର ପଦ୍ଧତି, ପଞ୍ଜିକରଣର ସମସ୍ତ ସରଣୀ, ସୋସାଇଟିର ଦାୟିତ୍ବ ସମ୍ପର୍କରେ ବୁଝାଯାଇଛି । ଚାଷୀ ମାନଙ୍କ ମୋବାଇଲ୍ ନମ୍ବରକୁ ଓଟିପି ଆସିବ । ସେହି ଓଟିପି ମାଧ୍ୟମରେ ସଠିକତା ଯାଞ୍ଚ କରାଯିବ । ପଞ୍ଜିକରଣ ଫର୍ମଟି ସୋସାଇଟିରେ ଚାଷୀ ଦାଖଲ କରିବା ସମୟରେ ସୋସାଇଟି ସଂପାଦକ ବା ଡିଇଓ ଚାଷୀଙ୍କ ଆଧାର ନମ୍ବର, ନାମ ଓ ମୋବାଇଲ୍ ନମ୍ବର ଓଟିପି ମାଧ୍ୟମରେ ସଠିକତା ଯାଞ୍ଚ୍ କରାଯିବ ।

ଚଳିତ ବର୍ଷ ରାଜ୍ୟର ୩୦ ଗୋଟି ଜିଲ୍ଲାରେ ସାଟେଲାଇଟ୍ ମାଧ୍ୟମରେ ଧାନଚାଷ ହୋଇଥିବା ଜମିର ସଠିକତା ଯାଞ୍ଚ୍ କରାଯିବ । ଚାଷୀଙ୍କ ଠାରୁ ସୋସାଇଟି ଆଧାର କାର୍ଡ, ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠାର ନକଲ, ଦେଇଥିବା ଜମି ବିବରଣୀର ଆରଓଆର କପି, ଚାଷୀଙ୍କ ପରିବାର ବର୍ଗଙ୍କର ଆଧାରକାର୍ଡ ନମ୍ବର ବା ରାସନ୍ କାର୍ଡ ନମ୍ବର ଦେବାକୁ ହେବ । ଯଦି ଭାଗଚାଷୀ ହୋଇଥାଆନ୍ତି ସଂପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହିତ ଜମି ମାଲିକଙ୍କର ଆଧାରକାର୍ଡ ନକଲ ଓ ମୋବାଇଲ୍ ନମ୍ବର ଦେବାକୁ ହେବ ବୋଲି ପ୍ରଶିକ୍ଷଣ ବେଳେ ସୂଚନା ଦିଆଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.