ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ପୂଜା ପାଉଥିବା ପ୍ରସିଦ୍ଧ ମାଆ ସିଂହାସନୀ ପୀଠରେ ଆସନ୍ତା ରଜ ପର୍ବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ମାଆଙ୍କ ପୀଠରେ ଜନ ସମାଗମକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସରକାରୀ ନୀତି ନିୟମ ଅନୁଯାୟୀ ମାଆଙ୍କ ରଜ ପର୍ବ ପାଳନ କରିବା ପାଇଁ ସ୍ଥିର କରାଯାଇଛି ।
ପ୍ରତ୍ୟେକ ବର୍ଷ ରଜ ପର୍ବରେ ମୁଖ୍ୟତଃ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତଥର ରହିଥିବା କଟକଣାକୁ ନେଇ ମାଆଙ୍କର ପର୍ବ ପାଳନ କରାଯିବ । ଉକ୍ତ ବୈଠକରେ ପୋଲସରା ବିଡିଓ, ତହସିଲଦାର, ସ୍ଥାନୀୟ ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ପୀଠର କମିଟି ବୃନ୍ଦ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ