ETV Bharat / state

ମାଣ୍ଡିଆଜାତ ଖାଦ୍ୟକୁ ପ୍ୟାରିସରେ ପ୍ରଶଂସା, ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ପୋଲସରାର SHG ମହିଳା

ମାଣ୍ଡିଆଜାତ ଖାଦ୍ୟ ପ୍ରସ୍ତୁତ କରି ପ୍ୟାରିସରେ ପ୍ରଶଂସିତ ହେଲେ ପୋଲସରାର ଏସଏସଜି ମହିଳା । ପ୍ୟାରିସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶିତ କରି ପ୍ରଶଂସିତ ହୋଇଛନ୍ତି ପୋଲସରା ଅଞ୍ଚଳ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଚନ୍ଦ୍ରମା ସାହୁ। ଅଧିକ ପଢନ୍ତୁ

author img

By

Published : Nov 6, 2022, 1:41 PM IST

ମାଣ୍ଡିଆଜାତ ଖାଦ୍ୟକୁ ପ୍ୟାରିସରେ ପ୍ରଶଂସା
ମାଣ୍ଡିଆଜାତ ଖାଦ୍ୟକୁ ପ୍ୟାରିସରେ ପ୍ରଶଂସା

ବ୍ରହ୍ମପୁର: ନିପଟପଲ୍ଲୀରୁ ପ୍ୟାରିସ୍ ଯାତ୍ରା । ନିଜ ଅଞ୍ଚଳର ଚାଷ ଜମିରୁ ଆଦାୟ ହେଉଥିବା ମାଣ୍ଡିଆରେ ପ୍ରସ୍ତୁତ କରାଯାଇଥିବା ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରି ଗଞ୍ଜାମ ଜିଲ୍ଲାର ଏକ ଗ୍ରାମାଞ୍ଚଳର ମହିଳା ପ୍ୟାରିସରେ ହୋଇଛନ୍ତି ପ୍ରଶଂସିତ । ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳର ଜଣେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀଙ୍କ କଥା । ଜିଲ୍ଲାର ଏକମାତ୍ର ମହିଳା ଏସଏସଜି ଭାବରେ ପୋଲସରା ବ୍ଲକ ଚିରିକିପଡା ଗ୍ରାମର ରାଇମାଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଚନ୍ଦ୍ରମା ସାହୁ ଏଭଳି ଗୌରବ ଆଣିଛନ୍ତି ।

ମାଣ୍ଡିଆଜାତ ଖାଦ୍ୟକୁ ପ୍ୟାରିସରେ ପ୍ରଶଂସା

ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ରାଜ୍ୟ ସରକାର ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ସରକାରଙ୍କ ଏହି ପ୍ରୟାସକୁ ବିଶ୍ୱ ଖାଦ୍ୟ ସଙ୍ଗଠନ ମଧ୍ୟ ପ୍ରଶଂସା କରିଛି । ପ୍ୟାରିସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ମାଣ୍ଡିଆକୁ ପ୍ରଶଂସା କରାଯିବା ପରେ ଏହି ସଫଳତାରେ ଆଉ ଏକ ନୂତନ ଫର୍ଦ୍ଦ ଯୋଜି ହୋଇୟାଇଛି । ପ୍ୟାରିସରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଖାଦ୍ୟ ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇ ଚନ୍ଦ୍ରମା ଜିଲ୍ଲା ପାଇଁ ଏଭଳି ଗୌରବ ଆଣିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି ।

ମୁଖ୍ୟତଃ ଏହି ମହିଳା SSG ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମାଣ୍ଡିଆ ଜାତ ଖାଦ୍ୟ ପ୍ୟାରିସରେ ହୋଇଥିବା ସ୍ୱତନ୍ତ୍ର ମେଳାରେ ପ୍ରଦର୍ଶିତ ହୋଇଥିବା ବେଳେ ଉକ୍ତ ସ୍ଥାନରେ ସଭାନେତ୍ରୀ ଚନ୍ଦ୍ରମା କିପରି ଏହାକୁ ପ୍ରସ୍ତୁତ କରିଥାନ୍ତି ଏବଂ ନିଜେ ଦୃଢ ମନୋବଳବଳରେ କିପରି ଏହାକୁ ସ୍ୱତନ୍ତ୍ର ପରିଚୟ କରିପାରିଛନ୍ତି ତାହାକୁ ଉପସ୍ଥାପନ କରିଥିଲେ । ପୋଲସରା ବ୍ଲକ ଚିରିକିପଡା ଶାସନରେ ୨୦୦୮ ମସିହା ନଭେମ୍ୱର ୩ ତାରିଖରେ ମାତ୍ର ୧୨ ଜଣ ମହିଳାଙ୍କୁ ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠିତ ହୋଇଥିଲା । ବର୍ତ୍ତମାନ ଚନ୍ଦ୍ରମା ସଭାନେତ୍ରୀ ଭାବେ ଏହାର ମଙ୍ଗ ଧରିଛନ୍ତି । ଶହେ ଟଙ୍କା ଲେଖାଏଁ ସଞ୍ଚୟ କରି ସଦସ୍ୟ ଏହି ଗୋଷ୍ଠୀ ଆରମ୍ଭ କରିଥିବାବେଳେ, ବର୍ତ୍ତମାନ ଏହା ରାଜ୍ୟ ଓ ଜାତୀୟସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି । ସେପଟେ SSG ଗ୍ରୁପର ଏପରି ସଫଳତାକୁ ନେଇ ଜିଲ୍ଲାବାସୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଜଗା ପ୍ରେମରେ ମୁସଲମାନ ମହିଳା: କାଳିଆ ଆରାଧନାରେ କଟେ ସକାଳ ସଞ୍ଜ, ହାତର ତୁଳୀ କୁହେ ମହାପ୍ରଭୁଙ୍କ କାହାଣୀ

ପୂର୍ବରୁ ଏହି ଏସଏସଜି ପକ୍ଷରୁ ପ୍ରଥମେ ମାଛ ଓ ପରିବା ଚାଷ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦିଆଯିବାରୁ ମାଣ୍ଡିଆରୁ ଚୁନା ପ୍ରସ୍ତୁତ କରି ଲଡୁ, ସେଓ, ଗାଣ୍ଠିଆ ଆଦି ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା । ପ୍ୟାରିସରେ ଏଭଳି ସଫଳତା ପରେ ଆସନ୍ତା ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଚନ୍ଦ୍ରମା ସାହୁଙ୍କୁ ନିମନ୍ତ୍ରଣ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.