ETV Bharat / state

ରେଶମ ସହରରେ ବଢୁଛି ମଶାଙ୍କ ପ୍ରାଦୃଭାବ, ରାତି ଅଧିଆ ପ୍ରତିବାଦ କଲେ ଲୋକେ

author img

By

Published : Mar 13, 2021, 9:45 AM IST

ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହରରେ ମଶାଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକିବାରେ ନିଗମ କର୍ତ୍ତୃପକ୍ଷଙ୍କ ବିଫଳତାକୁ ନେଇ ନିଗମ କମିଶନରଙ୍କ ବାସଭବନ ସମୁଖରେ ମଧ୍ୟରାତ୍ରରେ ଧାରଣା ।

ମଶା ବୃଦ୍ଧିକୁ ନେଇ ନିଗମ କମିଶନରଙ୍କ ବାସଭବନ ସମ୍ମୁଖରେ ମଧ୍ୟରାତ୍ରରେ ଧାରଣା

ବ୍ରହ୍ମପୁର: ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହରରେ ମଶାଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକିବାରେ ନିଗମ କର୍ତ୍ତୁପକ୍ଷଙ୍କ ବିଫଳତାକୁ ନେଇ ନିଗମ କମିଶନରଙ୍କ ବାସଭବନ ସମୁଖରେ ମଧ୍ୟରାତ୍ରରେ ଧାରଣା । ବ୍ରହ୍ମପୁର ସହରର ଆଇନଜୀବୀ ମନୋଜ ପଟ୍ଟନାୟକଙ୍କ ଏଭଳି ରାତି ଅଧିଆ ଧାରଣାକୁ ସମର୍ଥନ ଜଣାଇ ସହରର ଅନ୍ୟ କେତେକ ବ୍ୟକ୍ତିବିଶେଷ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

ଗତ ୧୦ ଦିନ ତଳେ ମଶା ଉପଦ୍ରବ କମାଇବାକୁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ମନୋଜ ପଟ୍ଟନାୟକ । ତେବେ କମିଶନର ତାଙ୍କୁ କହିଥିଲେ ଯେ, ଟିଫାମେସିନ ଖରାପ ରହିଥିବାରୁ କୋଲକାତାରୁ ମେସିନ ଆସିଲେ ହିଁ ମଶା ମରା ଅଭିଯାନ ଆରମ୍ଭ ହେବ। ଏହାକୁ ବିରୋଧ କରି ମନୋଜ ଗତକାଲି ଠାରୁ ଧାରଣାରେ ବସିବା ଆରମ୍ଭ କରିଛନ୍ତି ।

ଯେତେ ଦିନ ପର୍ଯ୍ୟନ୍ତ ଟିଫା ମେସିନ୍ ବୁଲି ନାହିଁ ସେତେଦିନ ପର୍ଯ୍ୟନ୍ତ ପ୍ରତେକ ଦିନ ରାତି ୧୧ ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଏଭଳି ମହାନଗର କମିଶନରଙ୍କ ଘର ସାମନାରେ ଧାରଣାରେ ବସିବେ ବୋଲି ଚେତାଇ ଦେଇଛନ୍ତି। ମଶା ଉତ୍ପାତ ନକମିବାରୁ ବାଧ୍ୟ ହୋଇ ଧାରଣା ଦେଲେ ମନୋଜଙ୍କ ସହ ତାଙ୍କ ସମର୍ଥିତ 10ଜଣ ସମର୍ଥକ ଧାରଣା ଦେଇଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.