ETV Bharat / state

ସାମ୍ବାଦିକ ଗଢା କାରଖାନାର ଗୁରୁ ସୁନିଲ ସାର, ପାର୍ଥୀବ ଶରୀର ଦାନ କରି ଅମର

ସାମ୍ବାଦିକ ଗଢା କାରଖାନାରେ ଅନେକ ସାମ୍ବାଦିରଙ୍କୁ ଗଢିଛନ୍ତି ସୁନିଲ ବେହେରା । ତାଙ୍କ ବିୟୋଗରେ ସ୍ତବ୍ଧ ସାମ୍ବାଦିକ ଜଗତ । ବଞ୍ଚିଥିବା ବେଳେ ସାମ୍ବାଦିକ ଗଢୁଥିବା ବେଳେ ମୃତ୍ୟୁ ପରେ ମୃତଦେହ ଦାନ କରି ଅମର ହୋଇଛନ୍ତି ସେ । ଅଧିକ ପଢନ୍ତୁ

author img

By

Published : Dec 29, 2022, 3:30 PM IST

Updated : Dec 29, 2022, 4:57 PM IST

ଗୁରୁ ସୁନୀଲ ସାର
ଗୁରୁ ସୁନୀଲ ସାର
ଗୁରୁ ସୁନୀଲ ସାର

ବ୍ରହ୍ମପୁର: ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁନିଲ ବେହେରାଙ୍କ ବିୟୋଗ ପରେ ତାଙ୍କ ମୃତଦେହକୁ MKCG ମେଡିକାଲ କଲେଜକୁ ହସ୍ତାନ୍ତର କରାଯାଇଛି । ମୃତ୍ୟୁ ପରେ ତାଙ୍କ ଶରୀର ଡାକ୍ତରୀ ଗବେଷଣା ପାଇଁ MKCGର ଆନାଟୋମି ବିଭାଗକୁ ଦାନ କରିବାକୁ ଦୁଇମାସ ପୂର୍ବେ ଇଚ୍ଛାପତ୍ର ସ୍ଵାକ୍ଷର କରିଥିଲେ ଜ୍ଞାନର ଗୁରୁ ସୁନିଲ ବେହେରା ।ଉକ୍ତ ନିଷ୍ପତ୍ତି ଅନୁଯାୟୀ ପରିବାର ବର୍ଗ ତାଙ୍କ ପାର୍ଥୀବ ଶରୀରକୁ ମେଡିକାଲକୁ ହସ୍ତାନ୍ତର କରିଛନ୍ତି ।

ଦଶନ୍ଧି ଦଶନ୍ଧି ଧରି ସାମ୍ବାଦିକ ଗଢ଼ୁଥିବା ସାମ୍ବାଦିକ କାରଖାନାର ଗୁରୁ ଆଉ ଏଦୁନିଆରେ ନାହାନ୍ତି । ମୃତ୍ୟୁ ବେଳକୁ ସ୍ବର୍ଗତ ବେହେରାଙ୍କୁ 67ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଦୀର୍ଘ ବର୍ଷ ଅଧ୍ୟାପନା କରିବା ପରେ 2015 ମସିହାରେ ଅବସର ଗ୍ରହଣ କରିଥିଲେ । ଏହାପରେ ଆସାମସ୍ଥିତ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗର ଡିନ୍‌ ଭାବରେ ଯୋଗ ଦେଇଥିଲେ । ଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ । ସେପଟେ ଏଭଳି ଖବରକୁ ନେଇ ଛାତ୍ରଛାତ୍ରୀ, ସାମ୍ବାଦିକ, ଅଧ୍ୟାପକ ଓ ଅଧ୍ୟାପିକା ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଫେସର ସୁନିଲ ବେହେରାଙ୍କ ବିୟୋଗରେ ଭାରତୀୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଆକାଶରେ ଏକ ଉଜ୍ବଳ ତାରାକା ଲୁଚିଗଲା ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ସସପେନ୍ସ, ହୋଟେଲରେ CIB ଟିମର ତନାଘନା

ଗତ ଦୁଇ ମାସ ପୂର୍ବେ ପ୍ରଫେସର ବେହେରା ମୃତ୍ୟୁ ପରେ ତାଙ୍କ ଶରୀର ଡାକ୍ତରୀ ଗବେଷଣା ପାଇଁ MKCGର ଆନାଟୋମି ବିଭାଗକୁ ଦାନ କରିବାକୁ ଇଚ୍ଛାପତ୍ର ସ୍ଵାକ୍ଷର କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବାଙ୍ଗାଲୋରରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଫେରିବା ପରେ ସପରିବାର ଉପସ୍ଥିତିରେ ମୃତଦେହ MKCG ମେଡ଼ିକାଲ୍‌ କଲେଜର ଆନାଟୋମି ବିଭାଗକୁ ଦାନ କରାଯାଇଛି । ଏହାଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅଧିକ ଗବେଷଣା ଓ ପାଠ ପଢିବାରେ ସହାୟକ ହେବ ବୋଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗୀର ମୁଖ୍ୟ କହିଛନ୍ତି ।

ଜଣେ ଆଦର୍ଶ ଶିକ୍ଷକ ରୂପେ ଜୀବନ ବ୍ୟାପି ମଣିଷ ତିଆରି କାରଖାନରେ ନିଜର ପ୍ରତ୍ୟେକ ବିଦ୍ୟାର୍ଥୀମାନଙ୍କୁ ଜଣେ ଆଦର୍ଶ ନାଗରିକ ଭାବରେ ଗଢିବାକୁ ନିଜକୁ ଉତ୍ସର୍ଗୀକୃତ କରିଥିଲେ ପ୍ରଫେସର୍ ସୁନୀଲ କାନ୍ତ ବେହେରା । ଦୁନିଆରୁ ଚାଲିଗଲା ପରେ ସମାଜ ପାଇଁ ନିଜ ଶରୀର ଓ ଅଙ୍ଗ ଦାନ କରି ଆଉ ଏକ ମହତ୍ କାମ କରିଗଲେ। ଚିରଦିନ ପାଇଁ ବିଦ୍ୟାର୍ଥୀଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିଗଲେ ସୁନିଲ ସାର ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 29, 2022, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.