ETV Bharat / state

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଭିନ୍ନ ବିଭାଗରେ ପଦବୀ ଖାଲି, ଚିନ୍ତାରେ ବିଦ୍ୟାର୍ଥୀ ଓ କର୍ତ୍ତୃପକ୍ଷ

author img

By

Published : Jul 25, 2023, 11:07 AM IST

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପ୍ରଫେସର ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଚିନ୍ତାରେ ବିଦ୍ୟାର୍ଥୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

Berhampur University
Berhampur University

Berhampur University

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ପଦବୀ । ପ୍ରଫେସରଙ୍କଠାରୁ ଆରମ୍ଭ କରି ଅଣଶିକ୍ଷକ ପଦବୀଗୁଡିକ ଖାଲି ପଡିଛି । ଯାହାକୁ ନେଇ ଚିନ୍ତାରେ ବିଦ୍ୟାର୍ଥୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶ୍ୱବିଦ୍ୟାଳୟରେ କର୍ମଚାରୀ ଅଭାବ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ଉଦ୍ଧିଷ୍ଟ ପ୍ରଫେସରଙ୍କଠାରୁ ଆରମ୍ଭ କରି ସହକାରୀ ପ୍ରଫେସର ଭଳି ପାଖାପାଖି ୮୮ଟି ପଦବୀ ଖାଲି ରହିଥିବା ବେଳେ ବିଭିନ୍ନ ବିଭାଗର କିରାଣୀଙ୍କଠାରୁ ଆରମ୍ଭ କରି ମାଳି ଓ ସଫେଇ କର୍ମଚାରୀ ପାଇଁ ୨୮୮ ପଦବୀ ଖାଲି ପଡ଼ିରହିଛି।

ବିଶ୍ବବିଦ୍ୟାଳୟରେ ବହୁ ପଦବୀ ଖାଲି ପଡିରହିବା ଯୋଗୁଁ ଧିରେ ଧିରେ ଶୈକ୍ଷିକ ବତାବରଣ ନଷ୍ଟ ହେବା ସହିତ ନିଜର ଗାରିମା ବଜାୟୀ ରଖିବା ପାଇଁ ସଂଘର୍ଷ କରୁଛି ବିଶ୍ବବିଦ୍ୟାଳୟ । ଏହାକୁ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଖାଲି ରହିଥିବା ପଦବୀ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପରିକି ବିଶ୍ବବିଦ୍ୟାଳୟର କେବଳ ଶୈକ୍ଷିକ ବାତାବରଣ ନୁହେଁ ଏହାକୁ ନେଇ ରେକର୍ଡ ସଂଖ୍ୟକ ଅଣଶିକ୍ଷକ ପଦବୀ ଖାଲି ପଡ଼ିଥ‌ିବାରୁ ଅନେକ ସମୟରେ ବିଶ୍ବବିଦ୍ୟାଳୟର ସରକାରୀ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟିବା ଯୋଗୁଁ ବିଦ୍ୟାର୍ଥୀ କାହିଁକି ବିଶ୍ଵବିଦ୍ୟାଳୟ କର୍ମଚାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିର୍ଯ୍ୟାତନା, ଓଡ଼ିଆ ପରେ ଏବେ ଇତିହାସ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସୂଚନା ମୁତାବକ, ୫୨୭ ଅନୁମୋଦିତ ଅଣଶିକ୍ଷକ ପଦ ମଧ୍ୟରୁ କେବଳ ୨୩୯ ପଦବୀରେ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ୨୮୮ ପଦବୀ ଖାଲି ପଡ଼ିଛି । ସେହିପରି ୧୮୨ଟି ଶିକ୍ଷକ ପଦବୀ ମଧ୍ୟରୁ ୯୪ପଦବୀରେ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ୮୮ଟି ପଦ ଖାଲି ପଡ଼ିଛି । ବିଶ୍ଵବିଦ୍ୟାଳୟର ଗ୍ରୁପ୍‌-ଏରେ ୯ଟି ଅନୁମୋଦିତ ପଦ ରହିଛି । ଏବେ ୬ଟି ପଦରେ କର୍ମଚାରୀ ରହିଥ‌ିବା ବେଳେ ୩ଟି ପଦ ଖାଲି ପଡ଼ିଛି । ଗ୍ରୁପ ବି’ରେ ୧୬୭ଟି ଅନୁମୋଦିତ ପଦ ରହିଥ‌ିବା ବେଳେ ୭୪ ଜଣ କର୍ମଚାରୀ ରହିଛନ୍ତି ଓ ୯୩ଟି ପଦବୀ ଖାଲି ପଡ଼ିଛି । ଗ୍ରୁପ ସି'ରେ ୧୪୬ଟି ଅନୁମୋଦିତ ପଦ ମଧ୍ୟରୁ ୬୪ ପଦ ଖାଲି ପଡ଼ିରହିଛି ।

ସେହିଭଳି ଗ୍ରୁପ ଡିରେ ୧୮୫ ଟି ସରକାରୀ ଅନୁମୋଦିତ ପଦବୀ ମଧ୍ୟରୁ ୫୯ ଜଣ କାର୍ଯ୍ୟରତ ଥିବା ବେଳେ ୧୨୬ ଟି ପଦ ଖାଲି ପଡ଼ିଛି। ଆସନ୍ତା ଡିସେମ୍ବର ୩୧ ତାରିଖ ମଧ୍ୟରେ ଗ୍ରୁପ ବିରୁ ଆହୁରି ୨ ଜଣ ଗ୍ରୁପ ସିରୁ ୫ ଜଣ ଓ ଗ୍ରୁପ ଡିରୁ ଜଣେ ଅବସର ନେବେ ବୋଲି କୁହାଯାଇଛି । ଏପରିକି ବିଶ୍ଵବିଦ୍ୟାଳୟର ୨୫ ଟି ବିଭାଗର ଅବସ୍ଥା ନକହିବା ଭଲ। ଏଠାରେ ୨୨ ଟି ପ୍ରଫେସର, ୫୨ ଟି ସହଯୋଗୀ ପ୍ରଫେସର ଓ ୧୦୮ ସହକାରୀ ପ୍ରଫେସର ପଦ ଅନୁମୋଦିତ ଥ‌ିବା ବେଳେ ୧୬ ପ୍ରଫେସର, ୩୮ ସହଯୋଗୀ ପ୍ରଫେସର ଓ ୩୪ ସହକାରୀ ପ୍ରଫେସର ପଦ ଖାଲି ପଡ଼ିଛି । ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଖାଲିଥିବା ପ୍ରଫେସର ପଦ ସଂଖ୍ୟା ୧୭ରେ ପହଞ୍ଚିବ। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୦ ଡିସେମ୍ବର ମାସରେ ଏକ ଅଧିନିୟମ କରାଯାଇ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପିଏସସି ଏବଂ ଅଣଶିକ୍ଷକ ପଦବୀ ଓପିଏସି ଦ୍ଵାରା ନିଯୁକ୍ତି ଦିଆଯିବାକୁ ସ୍ଥିର ହୋଇଥିଲା । ସେହିଦିନଠାରୁ ଅଣଶିକ୍ଷକ ଓ ଶିକ୍ଷକ ପଦ ପୂରଣରେ ବିଳମ୍ବ ଘଟୁଥିବା କୁହାଯାଉଥିବା ବେଳେ ସରକାର କେବେ ଏହି ପଦବୀ ପୂରଣ କରିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.