ETV Bharat / state

ଜେଲ ଚାରିକାନ୍ଥ ଭିତରୁ ବାହାରିଲା ପ୍ରତିଭା, ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କମାଲ କଲେ ଜେଲ ଅନ୍ତେବାସୀ - ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀ

ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କମାଲ କଲେ ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀ । ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ କଲେ ବ୍ରହ୍ମପୁର ମଣ୍ଡଳ କାରାଗାରର ୧୩ ଜଣ ଅନ୍ତେବାସୀ । ଜାତୀୟସ୍ତରରେ ସଫଳତା । ଅଧିକ ପଢ଼ନ୍ତୁ

ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କମାଲ କଲେ  ଜେଲ ଅନ୍ତେବାସୀ

author img

By

Published : Mar 13, 2023, 11:24 AM IST

Updated : Mar 13, 2023, 9:41 PM IST

ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କମାଲ କଲେ ଜେଲ ଅନ୍ତେବାସୀ

ବ୍ରହ୍ମପୁର: ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କମାଲ ଦେଖାଇଲେ ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀ । କାରଗାରରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ସଂସ୍କାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଛି ନାନା ପଦକ୍ଷେପ । ଏଭଳି କାର୍ଯ୍ୟକ୍ରମ ଯୋଗୁଁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରହୁଥିବା ଅନ୍ତେବାସୀମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ଅନେକ ପରିବର୍ତ୍ତନ । ଆଉ ଏହି କ୍ଷେତ୍ରରେ ଏକପାଦ ଆଗକୁ ଯାଇ ଜାତୀୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଫାଇନାଲରେ ପହଞ୍ଚିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାରର ୧୩ ଜଣ ଅନ୍ତେବାସୀ ।

ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ କଳାନ୍ତର ଅନୁଷ୍ଠାନ ଦ୍ୱାରା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରେ ଜେଲରେ ରହିଥିବା ଅନ୍ତେବାସୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଅଂଶଗ୍ରହଣ କରିଥିଲେ । ଜେଲ୍‌ର ଅନ୍ତେବାସୀଙ୍କୁ ନେଇ କିପରି ଚିତ୍ତାକର୍ଷକ ନୃତ୍ୟ କରାଯାଇପାରିବ ସେ ନେଇ କୋରଓଗ୍ରାଫି କରାଯାଇଥିଲା । ନୃତ୍ୟ ସହିତ ସଂଙ୍ଗୀତ ଏବଂ ଏକ ପାଞ୍ଚ ମିନିଟ୍‌ର କ୍ଷୁଦ୍ର ନାଟକ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ମଧ୍ୟରେ ରହିଥିବା ପ୍ରତିଭାର ବିକାଶ ଦିଗରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଜେଲର୍ ।

ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରେ ଜେଲରେ ରହିଥିବା ଅନ୍ତେବାସୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନର କଳାକାର ମାନେ ଅନ୍‌ଲାଇନ୍ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ଗତ ୬ତାରିଖରେ ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପତ୍ର ଆସିବା ପରେ ମଣ୍ଡଳ କାରାଗାର ଅଧୀକ୍ଷକ ଓ ଜେଲରଙ୍କ ସମେତ କାରାଗାରର ଅଧିକାରୀ ମାନେ ଉକ୍ତ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଯାହାକି ମାତ୍ର ତିନି ଦିନରେ ଜେଲ୍‌ର ଅନ୍ତେବାସୀଙ୍କୁ ନେଇ କିପରି ଚିତ୍ତାକର୍ଷକ ନୃତ୍ୟ କରାଯାଇପାରିବ ସେ ନେଇ କୋରଓଗ୍ରାଫି କରାଯାଇଥିଲା ।

ନୃତ୍ୟ ସହିତ ସଂଙ୍ଗୀତ ଏବଂ ଏକ ପାଞ୍ଚ ମିନିଟ୍‌ର କ୍ଷୁଦ୍ର ନାଟକ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଆଉ ଶେଷରେ ନୃତ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁର ମଣ୍ଡଳ କାରାଗାର ଫାଇନାଲ୍ ରାଉଣ୍ଡକୁ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଫାଇନାଲରେ ବିଜୟ ହେବ ବୋଲି ଆଶା କରାଯାଉଥିବା କୁହାଯାଇଛି । କୁହାଯାଏ କୌଣସି ବ୍ୟକ୍ତି ଜାଣି ଶୁଣି କୌଣସି ଅପରାଧ କରିନଥାଏ । ହୁଏତ ଅନେକ ପରିସ୍ଥିତିରେ ପଡି କିମ୍ୱା କୌଣସି ଘଟଣା ବା ଦୁର୍ଘଟଣା ପରେ ଅପରାଧରେ ଜଡିତ ହୋଇଯାଇଥାନ୍ତି । ଅନ୍ତେବାସୀଙ୍କ ମଧ୍ୟରେ ସଂସ୍କାର ଆଣିବା ଏପରି ପଦକ୍ଷେପ ସ୍ବାଗତ ଯୋଗ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 13, 2023, 9:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.