ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସେରୋ ସର୍ଭେରେ ସାମିଲ ହୋଇଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡାକ୍ତର ,ସ୍ବାସ୍ଥକର୍ମୀ ଓ କର୍ମଚାରୀ । ଦୀର୍ଘଦିନ ଧରି କୋଭିଡ ହସପିଟାଲରେ ମୃତୟନ ହୋଇଥିବା ଏହି ଆଗ ଧାଡିର କୋଭିଡ୍ ଯୋଦ୍ଧାଙ୍କ କିଭଳି ରହିଛି ଆଣ୍ଟିବଡି । ଏହାକୁ ସହରର ନଗର ଚିକିତ୍ସାଳୟ ପରିସରରେ ଯାଞ୍ଚ ପାଇଁ ରକ୍ତ ନମୁନା ନିଆଯାଇଛି ।
କୋଭିଡର ଦ୍ବିତୀୟ ଲହର ପରେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏଭଳି ସମୟରେ କୋରୋନାର ତୃତୀୟ ଲହରକୁ ନେଇ ବିଭିନ୍ନ ଚିନ୍ତା ପ୍ରକାଶ ପାଉଥିବା ବେଳେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଙ୍କ ଶରୀରରେ କିଭଳି ରହିଛି କୋଭିଡ୍ ବିରୁଦ୍ଧରେ ଲଢେଇ କରିବା ପାଇଁ ଆଣ୍ଟିବଡି ଶକ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାରେ ଚାଲିଥିବା ରାଷ୍ଟ୍ରୀୟ ସେରୋ ସର୍ଭେର ତୃତୀୟ ଦିବସରେ ସାମିଲ ହୋଇଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡାକ୍ତର ,ସ୍ବାସ୍ଥକର୍ମୀ ଓ କର୍ମଚାରୀ । ଦୀର୍ଘଦିନ ଧରି କୋଭିଡ୍ ହସପିଟାଲରେ ମୃତୟନ ହୋଇଥିବା ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କ କିଭଳି ରହିଛି ଆଣ୍ଟିବଡି । ଏହାକୁ ସହରର ନଗର ଚିକିତ୍ସାଳୟ ପରିସରରେ ଶହେ ଜଣ ସ୍ବାସ୍ଥ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଏହି ସର୍ଭେରେ ସାମିଲ କରାଯାଇଛି ।
ସହରର ନଗର ଚିକିତ୍ସାଳୟ ପରିସରରେ ଦିନ ତମାମ ଏହି ଯାଞ୍ଚ ପାଇଁ ବ୍ୟବସ୍ଥା କରାଯାଇଥିଲା । କୋଭିଡ୍ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ,ସ୍ବାସ୍ଥକର୍ମୀ ,ଲ୍ୟାବ ଟେକ୍ନିସିଆନ୍ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀଙ୍କ ଭଳି ବିଭିନ୍ନବର୍ଗର ବ୍ୟକ୍ତି ବିଶେଷଙ୍କ ରକ୍ତ ନମୁନା ନିଆଯାଇଛି।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ,ଇଟିଭି ଭାରତ