ETV Bharat / state

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ - ମହାମହିମ ରାଷ୍ଟ୍ରପତି

ଆସନ୍ତା 28ରେ ଗଞ୍ଜାମ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି । ଆର୍ମି କଲେଜର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ପାଇଁ ଅନୁଷ୍ଠିତ ହୋଇଯାଇଛି ଉଚ୍ଚସ୍ତରୀୟ ବୈଠକ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 18, 2019, 9:48 PM IST

Updated : Sep 19, 2019, 11:49 PM IST

ବ୍ରହ୍ମପୁର: ଆସନ୍ତା ୨୮ ତାରିଖରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗଞ୍ଜାମ ଗସ୍ତ ରହିଛି । ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ଏକ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ଏକ ଉଚ୍ଚସ୍ତରୀୟ ବୈଠକ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବ୍ରହ୍ମପୁର

ଗସ୍ତ ସମୟରେ ରହିଥିବା ସମସ୍ତ ପ୍ରୋଟୋକଲ୍ କୁ ଦୃଷ୍ଟିରେ ରଖି କାରକେଡ ବ୍ୟବସ୍ଥା , ସୁରକ୍ଷା ବ୍ୟବସ୍ଥା , ପୋଲିସ ମୁତୟନ ଉପରେ ପ୍ରଥମ ସମ୍ୱନ୍ୱୟ ବୈଠକରେ ଆଲୋଚନା କରାଯାଇଛି । ଏପରିକି ରାଷ୍ଟ୍ରପତି ରଙ୍ଗେଲଲୁଣ୍ଡା ଏୟାରଷ୍ଟ୍ରିପ୍ ଠାରେ ଓଲ୍ଲାଇବା ସହ ସେଠାରୁ ଆର୍ମି ଏୟାର ଡିଫେନ୍ସ କଲେଜରେ ପହଞ୍ଚିବା ପାଇଁ ରହିଥିବା ରାସ୍ତା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିବା ପାଇଁ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି ।

ବୈଠକରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଏବଂ ସେନାର ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆସନ୍ତା ୨୮ ତାରିଖରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ଏକ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ଗ୍ରସ୍ତ ପାଇଁ ରହିଥିବା ସମସ୍ତ ପ୍ରୋଟୋକଲ୍ କୁ ଦୃଷ୍ଟିରେ ରଖି କାରକେଟ ବ୍ୟବସ୍ଥା , ସୁରକ୍ଷା ବ୍ୟବସ୍ଥା , ପୋଲିସ ମୃର୍ତ୍ତୟନ ଉପରେ ପ୍ରଥମ ସମ୍ୱନ୍ୱୟ ବୈଠକରେ ଆଲୋଚନା କରାଯାଇଥିଲା । ଏପରିକି ରାଷ୍ଟ୍ରପତି ରଙ୍ଗେଲଲୁଣ୍ଡା ଏୟାରଷ୍ଟ୍ରିପ୍ ଠାରେ ଓଲ୍ଲାଇବା ସହ ସେଠାରୁ ଆର୍ମି ଏୟାର ଡିଫେନ୍ସ କଲେଜରେ ପହଞ୍ଚିବା ପାଇଁ ରହିଥିବା ରାସ୍ତା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିବା ପାଇଁ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଏଥିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର , ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
Body:ବାଇଟ୍- ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ,ଗଞ୍ଜାମ)
ବାଇଟ୍- ପିନାକ୍ ମିଶ୍ର (ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର)
Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Last Updated : Sep 19, 2019, 11:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.