ETV Bharat / state

ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ - ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ । ଏନେଇ ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି ଗଞ୍ଜାମ ସହର । ଅଧିକ ପଢ଼ନ୍ତୁ

ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
author img

By

Published : Apr 21, 2022, 11:01 PM IST

Updated : Apr 22, 2022, 7:27 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପ୍ରତିଷ୍ଠା ଉସବ ଆସନ୍ତା ମେ ମାସ ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ମହାଆଡମ୍ବର ସହକାରେ ପାଳନ କରାଯିବ । ଏଥିସକାଶେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ବୈଠକରେ ଅବଗତ କରାଇଥିଲେ ଯେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ ପୀଠ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ୫୦ କୋଟିର କାର୍ଯ୍ୟ ଇତି ମଧ୍ୟରେ ଶେଷ ହେବାକୁ ଯାଉଛି । ଓଡିଶାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟିରୁ ଏହି ମନ୍ଦିର ତାର ସ୍ଵତନ୍ତ୍ର ସ୍ଥାନ ବଜାଇ ରଖିପାରିଛି ।

ଏହି ଅବସରରେ PWD ଓ ଆରଡିଙ୍କର ଅବଦାନକୁ ଧନ୍ୟବାଦ ଜଣାଇଥିଲେ । ମନ୍ଦିରର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୬ ଦିନ ବ୍ୟାପୀ ବିଭିନ୍ନ ନିତିକର୍ମ ଦ୍ଵାରା ଆୟୋଜନ ହେବ । କେଉଁଦିନ କେଉଁ ନୀତି ହେବ, କେଉଁମାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବ, ଯାତ୍ରା ସମୟରେ କେଉଁଭଳି ବ୍ୟବସ୍ଥାମାନ ସର୍ବସାଧାରଣଙ୍କ ସୁବିଧା ଦୃଷ୍ଟିରୁ କରାଯାଇଥିଲା ସେହି ସମସ୍ତ ବ୍ୟବସ୍ଥା କରାଯିବ । ୫ ଲକ୍ଷରୁ ୭ଲକ୍ଷ ଜନଗହଳି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ ।

ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ, ତଥା କୋଭିଡର ପ୍ରକୋପ ସମ୍ଭାବନା ହେତୁ ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ନିମନ୍ତ୍ରଣ ନକରି କେବଳ ଗଞ୍ଜାମ ଜିଲ୍ଲାର ବାସିନ୍ଦାଗଣ ଉକ୍ତ ପ୍ରତିଷ୍ଠା ଉସବରେ ସାମିଲ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ପୁରୀ ମନ୍ଦିରର ମୁକ୍ତି ମଣ୍ଡପର ସ୍ବୀକୃତି ଆବଶ୍ୟକ ହେବ । ଗଞ୍ଜାମ ଜିଲ୍ଲାର ୬ ଗୋଟି ତାଲୁକାର ରାଜ ପଣ୍ଡିତ ବର୍ଗଙ୍କୁ ନିମନ୍ତ୍ରଣ ରହିବ । ଏହି ଉତ୍ସବ ପାଳନ ସକାଶେ ବିଭିନ୍ନ କମିଟି ଗଠନ କରି ଶାନ୍ତିଶୃଙ୍ଖଳାର ସହିତ ଏବଂ ଦୁର୍ଘଟଣା ବିହୀନ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀ ତଥା କର୍ମକର୍ତ୍ତା ମାନଙ୍କୁ ଜିଲ୍ଲାପାଳ ଜଣାଇଥିଲେ ।

ଆଇନଶୃଙ୍ଖଳା ପରିସ୍ଥିତି ବଜାଇ ରଖିବା ନିମନ୍ତେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ମତ ରଖିଥିଲେ । ସମସ୍ତ ସ୍ଥାନରେ ସିସିଟିଭିର ବ୍ୟବସ୍ଥା କରାଯିବ । ମନ୍ଦିର ପରିବେଶକୁ ସଫାସୁତୁରା କରିବା ଦିଗରେ ଜନସଚେତନତା ଆବଶ୍ୟକ । ସ୍ଥାୟୀ ଭାବେ ପାଦ ଧୋଇବା ସ୍ଥାନ, ପାନୀୟଜଳ ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ପୁରୀ ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ୱଳ୍ପ ଦିନ ଥିବା ହେତୁ ସମସ୍ତ ବ୍ୟବସ୍ଥାକୁ ତ୍ବରାନିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତିଭାସନ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପ-ଜିଲ୍ଲାପାଳ ନୀଳ ମାଧବ ଭୋଇ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଟି. କେ.ରେଡ୍ଡି, ତାରା ତାରିଣୀ ମନ୍ଦିର ଉନ୍ନୟନ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ତହସିଲଦାର ପୁରୁଷୋତ୍ତମପୁର ନିତେଶ ତ୍ରିପାଠୀ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ମନ୍ଦିର ସେବାୟତ ସଂଘର ସଭାପତି ତପନ କୁମାର ରଣା, ପୁଜକ ସନତ କୁମାର ରଣା, ବିଷ୍ଣୁ ପ୍ରସାଦ ରଣା, ରାମଚନ୍ଦ୍ର ରଣା, ଜଗନ୍ନାଥ ରଣା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 22, 2022, 7:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.