ETV Bharat / state

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

author img

By

Published : Nov 22, 2022, 4:49 PM IST

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ । ରାଜ୍ୟ ତଥା ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ଗୋପାଳପୁର ବେଳାଭୂମିରେ ଚଳିତବର୍ଷ ଆୟୋଜିତ ହେବ ବେଳାଭୂମି ମହୋତ୍ସବ-୨୦୨୨ । ଗଞ୍ଜାମ ପ୍ରଶାସନ ପକ୍ଷରୁ ମହୋତ୍ସବର ଆୟୋଜନ କିପରି କରାଯିବ ସେ ନେଇ ସମସ୍ତ ବିଭାଗକୁ ନେଇ କରାଯାଇଛି ପ୍ରଥମ ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ଚଳିତବର୍ଷ ଆୟୋଜିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ (Gopalpur beach festival)। ରାଜ୍ୟ ତଥା ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ଗୋପାଳପୁର ବେଳାଭୂମିରେ ଚଳିତବର୍ଷ ଆୟୋଜିତ ହେବ ବେଳାଭୂମି ମହୋତ୍ସବ-୨୦୨୨ । ଗଞ୍ଜାମ ପ୍ରଶାସନ ପକ୍ଷରୁ ମହୋତ୍ସବର ଆୟୋଜନ କିପରି କରାଯିବ ସେନେଇ ସମସ୍ତ ବିଭାଗକୁ ନେଇ କରାଯାଇଛି ପ୍ରଥମ ପ୍ରସ୍ତୁତି ବୈଠକ ।

କଳା ଓ ସଂସ୍କୃତିର ବିକାଶ ସହିତ ସୁନାମଧନ୍ୟ କଳାକାରଙ୍କୁ ନେଇ ଗୋଟିଏ ମଞ୍ଚରେ ଏକତ୍ରିତ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏହି ମହୋତ୍ସବ । ଗତ ୨୦୧୯ ପରେ କୋଭିଡ୍ କାରଣରୁ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତଥର ପୁଣି ଥରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ଠାରେ ସମସ୍ତ ବିଭାଗକୁ ନେଇ କରାଯାଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ମହୋତ୍ସବ ଆୟୋଜନ ପୂର୍ବରୁ କେଉଁ କେଉଁ ବିଷୟକୁ ଗୁରୁତ୍ୱ ଦିଆଯିବ, କଳା ଓ ସଂସ୍କୃତିର ବିକାଶ ପାଇଁ ଆୟୋଜିତ ହେଉଥିବା ମହୋତ୍ସବ କିପରି ଆୟୋଜନ କରାଯିବ ସେ ନେଇ ବିସ୍ତୃତ ଭାବରେ କରାଯାଇଛି ଆଲୋଚନା ।

ଆଲୋଚନା ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବେଳାଭୂମି ମହୋତ୍ସବ ଆୟୋଜିତ ହେଉଥିବା ବେଳାଭୂମିର ମହୋତ୍ସବ ସ୍ଥଳକୁ ବୁଲି ଦେଖିବା ସହିତ କିପରି ମହୋତ୍ସବ ଆୟୋଜନ କରାଯିବ ତାହାର ରୂପରେଖ ଅନୁଧ୍ୟାନ କରାଯାଇଛି । ସେହିପରି ମହୋତ୍ସବ ଆୟୋଜନ ସମୟରେ ବହୁ ମାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷଙ୍କ ବହୁ ପରିମାଣରେ ଭିଡ ଜମିଥାଏ ।

ତେଣୁ ଉକ୍ତ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ କିପରି ଟ୍ରାଫିକ ଓ ଆଇନ ଶୃଙ୍ଖଳା ପ୍ରତି ଗୁରୁତ୍ୱ ଦିଆଯିବ ତାହାକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ସେପଟେ ଦୁଇ ବର୍ଷ ବ୍ୟବଧାନ ପରେ ଗୋପାଳପୁର ବେଳାଭୂମିରେ ମହୋତ୍ସବ ଆୟୋଜନ କରାଯାଉଥିବାରୁ ଏହାକୁ ନେଇ ବେଶ ଖୁସି ସ୍ଥାନୀୟ ବାସିନ୍ଦା ।

ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁର ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଗୋପାଳପୁର ପ୍ରତି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପୂର୍ବରୁ ପ୍ରତେକ ବର୍ଷ ଡିସେମ୍ୱର ମାସର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କରାଯାଉଥିଲା । ଚଳିତ ବର୍ଷ ପୁଣି ଥରେ ଆୟୋଜିତ ହେବାକୁ ଥିବା ବେଳେ ଏହି ମହୋତ୍ସବକୁ ସଫଳତାର ସହ ଆୟୋଜନ କରାଯିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ପ୍ରସ୍ତୁତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.