ETV Bharat / state

ଦେବୋତ୍ତର ବିଭାଗର ଜମିକୁ ହଡପ ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ

ଆସିକା ନାମରେ ରହିଥିବା ଦେବୋତ୍ତର ବିଭାଗର ଜମିକୁ ହଡପ ହୋଇଥିବା ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଶମ୍ଭୁ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ଦେବୋତ୍ତର ବିଭାଗର ଜମିକୁ ହଡପ ହୋଇଥିବା ଅଭିଯୋଗ

author img

By

Published : Oct 21, 2022, 1:13 PM IST

ବ୍ରହ୍ମପୁର: ହିଞ୍ଜିଳିରେ ଦେବୋତ୍ତର ବିଭାଗର ଜମିକୁ ହଡପ କରାଯାଇଥିବା ଅଭିଯୋଗ । କିଛି ବ୍ୟବସାୟୀ ଜମିକୁ ହଡପ କରିନେଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ହିଞ୍ଜିଳିକାଟୁ ଘୋଡାହାଡ ନଦୀକୁ ସଂଲଗ୍ନ ଥିବା ରାଧାକୃଷ୍ଣ ମୋକ୍ଷ ପ୍ରାଣମୂର୍ତ୍ତି ,ଆସିକା ନାମରେ ରହିଥିବା ଦେବୋତ୍ତର ବିଭାଗର ଜମିକୁ ହଡପ ହୋଇଥିବା ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଶମ୍ଭୁ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଡାକବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ କର୍ମୀ ଉପସ୍ଥିତ ଥିବା ବେଳେ ଅଭିଯୋଗ ଆଣି ଏହାକୁ ନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହିତ କୌଣସି ସୁଫଳ ମିଳିନଥିବା ନେଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯାଇଥିବା କହିଛନ୍ତି ।

ଦେବୋତ୍ତର ବିଭାଗର ଜମିକୁ ହଡପ ହୋଇଥିବା ଅଭିଯୋଗ

ଏପରିକି ଉକ୍ତ ଜମିକୁ ବିକ୍ରି କରାଯାଇଥିବା ବେଳେ ସମସ୍ତ ନଥିପତ୍ର ସଂଗ୍ରହ କରି ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏହାକୁ ନେଇ ଲଢେଇ ଜାରି ରହିବ ବୋଲି କହିଛନ୍ତି । ସେପଟେ ଏଭଳି ଅଭିଯୋଗ ଆଣିଥିବା ଶମ୍ଭୁ ପାଣିଗ୍ରାହୀଙ୍କ ବିରୋଧରେ କେତେକ ଖଳ ପ୍ରକୃତିର ବ୍ୟବସାୟୀ ମାନେ ପ୍ରତିଶୋଧ ପରାୟଣ ହୋଇ ଗତ ୨୦୨୧ ମସିହା ସେପ୍ଟେମ୍ୱର ୨୯ରେ ହିଞ୍ଜିଳିକାଟୁ ମାର୍ଚ୍ଚେଣ୍ଟ ଆସୋସିଏସନର ୩୫ ଜଣ ସବ୍ୟ ଦୋକାନ ଗୃହ ଯୋଗାଇବା ନିମନ୍ତେ ପ୍ରତିଶୃତି ଦେଇ କଂଗ୍ରେସ ନେତାଙ୍କ ନାମରେ ଅର୍ଥ ଆତ୍ମସାତ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ପୋଲିସ ଉକ୍ତ ଘଟଣାର ତଦନ୍ତ କରି ଘଟଣାର କୌଣସି ସତ୍ୟାସତ୍ୟ ନଥିବା ଏବଂ ବଦନାମ କରିବା ନିମନ୍ତେ ଉଦ୍ଧିଷ୍ଟ ବୋଲି ଅଦାଲତକୁ ଜଣାଇଥିବା ଘଟଣାର ରିପୋର୍ଟ ସାମ୍ୱାଦିକ ସମ୍ମିଳନୀରେ ଅବଗତ କରାଇଥିଲେ । ଏଣୁ ଆଗାମୀ ଦିନରେ ସତ୍ୟ ଧର୍ମ ଓ ନ୍ୟାୟ ପାଇଁ ପୂର୍ବରୁ ଜାରି ରହିଥିବା ଲଢେଇ ଏବେବି ଜାରି ରହିବ ବୋଲି ହିଞ୍ଜିଳିକାଟୁ ମାର୍ଚ୍ଚେଣ୍ଟ ଆସୋସିଏସନର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.