ETV Bharat / state

ବେଆଇନ ବାଣ ବିକ୍ରି ଉପରେ ରୋକ

author img

By

Published : Oct 23, 2019, 5:18 AM IST

ବିନା ଲାଇସେନ୍ସରେ ବେଆଇନ ବାଣ ବିକ୍ରି କରୁଥିବା ଲୋକଙ୍କୁ ବ୍ରହ୍ମପୁର ପୋଲିସର ଛାଟ । ବାଲୁଙ୍କେଶ୍ବର ବାଣ ବଜାର ଉପରେ ପୋଲିସ ଓ ଅଗ୍ନିସମ ବିଭାଗର ମିଳିତ ଚଢ଼ାଉ । ଅଧିକ ପଢ଼ନ୍ତୁ...

ବେଆଇନ ବାଣ ବିକ୍ରି ଉପରେ ରୋକ

ବ୍ରହ୍ମପୁର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଏହି ସମୟରେ ଦକ୍ଷିଣ ଓଡ଼ିଶାର ସର୍ବବୃହତ ବାଣ ବଜାର ବ୍ରହ୍ମପୁରର ବାଲୁଙ୍କେଶ୍ବର ବାଣ ବଜାର ହୋଇପଡିଥାଏ ଚଳଚଞ୍ଚଳ । ଏଠାକାର ବ୍ୟବସାୟୀମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ବାଣ ଆଣି ବିକ୍ରି କରିଥାନ୍ତି । କିନ୍ତୁ ଚଳିତବର୍ଷ ଏହି ବଜାରର ବ୍ୟବସାୟୀମାନେ ସରକାରୀ ଲାଇସେନ୍ସ ନଥାଇ ବାଣ ଗଚ୍ଛିତ ରଖିଥିବା ଅଭିଯୋଗରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ହୋଇଛି ମିଳିତ ଚଢ଼ାଉ ।

ବେଆଇନ ବାଣ ବିକ୍ରି ଉପରେ ରୋକ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଉଭୟ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କୁ ପ୍ରଥମେ ନୋଟିସ ଜାରି କରାଯାଇଥିଲା । ତେବେ ପ୍ରଶାସନ ନୋଟିସର କୌଣସି ଉତ୍ତର ନଦେଇ ଓଲଟା ଦୋକାନ ବନ୍ଦ ରଖିଥିଲେ ଦୋକାନୀ । ଯାହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀମାନେ ଦୋକାନର ତାଲା ଭାଙ୍ଗି ସେଠାରେ କେତେ ପରିମାଣର ବାଣ ରହିଛି ତାହାକୁ ଯାଞ୍ଚ କରିବା ସହ ଦୋକାନଗୁଡିକୁ ସିଲ କରି ଦିଆଯାଇଛି ।

ମୁଖ୍ୟତଃ ବ୍ରହ୍ମପୁରର ବାଲୁଙ୍କେଶ୍ବର ବାଣ ବ୍ୟବସାୟୀ ସଂଘ ପକ୍ଷରୁ ନୀଳକଣ୍ଠେଶ୍ବର ଅଞ୍ଚଳରେ ରହିଥିବା ବାଣବଜାରରେ ମୋଟ ୪୮ଟି ବାଣ ଦୋକାନ ପାଇଁ ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ସୀମିତ ସମୟ ପାଇଁ ଅନୁମତି ପ୍ରଦାନ କରାଯାଇଥାଏ । ହେଲେ ସେଠାରେ ଅଧିକ ବଖରା ଘର ରହିଥିବା ଏବଂ ଚଳିତବର୍ଷ ବିନା ଅନୁମତିରେ ବାଣ ମହଜୁଦ ରଖିଥିବା ଯୋଗୁଁ ଏଭଳି ଚଢ଼ାଉ କରାଯାଇଛି । ଅପରପକ୍ଷେ ବ୍ୟବସାୟୀମାନେ ଚଳିତବର୍ଷ ସରକାରୀ ଭାବରେ ଲାଇସେନ୍ସ ପ୍ରଦାନ କରିବା ପାଇଁ ଆବେଦନ କରିଥିବା ବେଳେ ଅଗ୍ନିଶମ ବିଭାଗର ସ୍ବୀକୃତି ମିଳିନଥିବାରୁ ତାହା ହୋଇପାରିନଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()- ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଆଉ ଏହି ସମୟରେ ଦକ୍ଷିଣ ଓଡ଼ିଶାର ସର୍ବବୃହତ ବାଣ ବଜାର ବ୍ରହ୍ମପୁରର ବାଲୁଙ୍କେଶ୍ୱର ବାଣବଜାର ହୋଇପଡିଥାଏ ଚଳଚଞ୍ଚଳ । ଏଠାକାର ବ୍ୟବସାୟୀ ମାନେ ରାଜ୍ୟ ତଥା ରାଜ୍ୟ ବାହାରରୁ ବାଣ ଆଣି ବିକ୍ରି କରିଥାନ୍ତି । ହେଲେ ଚଳିତବର୍ଷ ଏହି ବଜାରର ବ୍ୟବସାୟୀ ମାନେ ସରକାରୀ ଲାଇସେନ୍ସ ନଥାଇ ବାଣ ଗଚ୍ଛିତ ରଖିଥିବା ଅଭିଯୋଗରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ହୋଇଛି ମିଳିତ ଚଢାଉ । ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଉଭୟ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କୁ ପ୍ରଥମେ ନୋଟିସ ଜାରି କରାଯାଇଥିବା ବେଳେ ପ୍ରଶାସନ କୌଣସି ଉତ୍ତର ନରଖି ପାଲଟା ଦୋକାନ ବନ୍ଦ ରଖିଥିବା ନେଇ ଶେଷରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଦୋକାନର ତାଲା ଭାଙ୍ଗି ସେଠାରେ କେତେ ପରିମାଣର ବାଣ ରହିଛି ତାହାକୁ ଯାଞ୍ଚ କରିବା ସହ ଦୋକାନ ଗୁଡିକୁ ସିଲ କରି ଦିଆଯାଇଥିବା କରିଦିଆଯାଇଛି ।
ବାଇଟ୍-ବିଷ୍ଣୁ ପ୍ରସାଦ ପତି(ଏସଡ଼ିପିଓ, ବ୍ରହ୍ମପୁର)
()-ମୁଖ୍ୟତଃ ବ୍ରହ୍ମପୁରର ବାଲୁଙ୍କେଶ୍ୱର ବାଣ ବ୍ୟବସାୟୀ ସଂଘ ପକ୍ଷରୁ ନୀଳକଣ୍ଠେଶ୍ୱର ଅଞ୍ଚଳରେ ରହିଥିବା ବାଣବଜାରରେ ମୋଟ ୪୮ ଟି ବାଣ ଦୋକାନ ପାଇଁ ବିଗତ ବର୍ଷ ମାନଙ୍କରେ ପ୍ରଶାସନ ପକ୍ଷରୁ ସୀମିତ ସମୟ ପାଇଁ ଅନୁମତି ପ୍ରଦାନ କରାଯାଇଥାଏ । ହେଲେ ସେଠାରେ ଅଧିକ ବଖରା ଘର ରହିଥିବା ଏବଂ ଚଳିତବର୍ଷ ବିନା ଅନୁମତିରେ ବାଣ ମହଜୁଦ୍ ରଖିଥିବା ଯୋଗୁଁ ଏଭଳି ଚଢାଉ ହେଉଥିବା ନେଇ ଅପରପକ୍ଷେ ବ୍ୟବସାୟୀ ମାନେ ଚଳିତବର୍ଷ ସରକାରୀ ଭାବରେ ଲାଇସେନ୍ସ ପ୍ରଦାନ କରିବା ପାଇଁ ଆବେଦନ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗର ସ୍ୱୀକୃତି ମିଳିନଥିବାରୁ ତାହା ହୋଇପାରିନଥିବା କୁହାଯାଇଛି ।
ବାଇଟ୍- ଏଙ୍କୁ ଗୌଡ଼(ସଭାପତି- ବାଲୁଙ୍କେଶ୍ୱର ବାଣବଜାର)

Body:ରିପୋର୍ଟର ପି.ଟୁ.ସି(ସମୀର ଆଚାର୍ଯ୍ୟ,ବ୍ରହ୍ମପୁର)
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.