ETV Bharat / state

ଗୋ ମାଂସ ବିକ୍ରି ଯୋଜନା ପଣ୍ଡ, 3 ଗିରଫ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଗୋ ମାଂସ ବିକ୍ରି କରିବା ପାଇଁ ଯୋଜନା କରୁଥିବା 3 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଗୋ ମାଂସ ବିକ୍ରି ଯୋଜନା ପଣ୍ଡ, 3 ଗିରଫ
ଗୋ ମାଂସ ବିକ୍ରି ଯୋଜନା ପଣ୍ଡ, 3 ଗିରଫ
author img

By

Published : Jun 26, 2021, 7:36 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ତନ୍ତିସାହିରେ ଜୀବନ୍ତ ବାଛୁରୀକୁ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା କରୁଥିଲେ 3 ଗୋ ହତ୍ୟାକାରୀ । ଏହି ସମୟରେ ସେମାନେ ଗ୍ରାମବାସୀଙ୍କ ହାବୁଡରେ ପଡିଥିବାବେଳେ ଗ୍ରାମବାସୀ ସେମାନଙ୍କୁ ପୋଲିସ ଜିମା ଦେଇଛନ୍ତି ।

ଗୋ ମାଂସ ବିକ୍ରି ଯୋଜନା ପଣ୍ଡ, 3 ଗିରଫ

ହତ୍ୟାକାରୀମାନେ ହେଲେ ହାଟପଦା ହରିଜନ ସାହିର ବାବୁଲା ନାଇକ, ହରି ନାଇକ, ମୁନା ନାଇକ l ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାତିରେ ଗ୍ରାମର ଜଳିସାହିର ଲକ୍ଷଣ ସେଠିଙ୍କ ଗୁହାଳରୁ ଗୋଟିଏ ଦେଢ଼ ବର୍ଷର ବାଛୁରୀ ଚୋରି ହୋଇଥିଲା । ଶନିବାର ସକାଳେ ଲକ୍ଷଣ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ବହୁ ଖୋଜାଖୋଜି ପରେ ବାଛୁରୀଟିକୁ ପାଇନଥିଲେ । ସେପଟେ ସନ୍ଧ୍ୟା 6ଟା ବେଳେ ସ୍ଥାନୀୟ ଶୁଣ୍ଢୀ ଆମ୍ବତୋଟାରେ ଗୋମାଂସ କାଟୁଥିବାର ଦେଖିବାକୁ ମିଳିଥିଲା ।

ଗ୍ରାମବାସୀ ସେହି ସ୍ଥାନକୁ ଯାଇ ପାଟିତୁଣ୍ଡ କରିବାରୁ ଘଟଣାସ୍ଥଳରେ ଭିଡ଼ ଜମିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ବାବୁଲା, ହରି, ମୁନାକୁ କିଛି ଗ୍ରାମବାସୀ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଏ ସମ୍ପର୍କରେ ବାଛୁରୀ ମାଲିକ ଲକ୍ଷଣ ସେଠାରେ ପହଞ୍ଚି ତାଙ୍କ ବାଛୁରୀକୁ ଚିହ୍ନଟ କରିବାରୁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.