ETV Bharat / state

ଗଞ୍ଜାମରେ ଓଡ଼ିଆ ଅଧିକାରୀଙ୍କୁ ନିର୍ଯାତନା, ସପ୍ତମ ଦିନରେ ପହଞ୍ଚିଲା ଧାରଣା - ganjam latest news

ଗ୍ରାସୀମ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଅଧିକାରୀଙ୍କୁ ନିର୍ଯ୍ୟାତନା ଦିଆଯିବା ସହ ଚାକିରୀ ଛାଡିବା ପାଇଁ ବାଧ୍ୟ କରାଯାଇଥିବା ପ୍ରତିବାଦରେ କମ୍ପାନୀ ସମ୍ମୁଖରେ ଜାରି ରହିଥିବା ଧାରଣା ଏକ ସପ୍ତାହରେ ପହଞ୍ଚିଲାଣି । ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରିନଥିବାରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଏନେଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ..

ଗଞ୍ଜାମରେ ଓଡ଼ିଆ ଅଧିକାରୀଙ୍କୁ ନିର୍ଯ୍ୟାତନା, ସପ୍ତମ ଦିନରେ ପହଞ୍ଚିଲା ଧାରଣା

author img

By

Published : Nov 17, 2020, 5:00 AM IST

Updated : Nov 17, 2020, 9:25 AM IST

ବ୍ରହ୍ମପୁର: ଗଞ୍ଜାମର ଗ୍ରାସୀମ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଅଧିକାରୀଙ୍କୁ ନିର୍ଯ୍ୟାତନା ଦିଆଯିବା ସହ ଚାକିରୀ ଛାଡିବା ପାଇଁ ବାଧ୍ୟ କରାଯାଇଥିବା ପ୍ରତିବାଦରେ କମ୍ପାନୀ ସମ୍ମୁଖରେ ଜାରି ରହିଥିବା ଧାରଣା ଏକ ସପ୍ତାହରେ ପହଞ୍ଚିଲାଣି । ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରିନଥିବାରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

ଗଞ୍ଜାମରେ ଓଡ଼ିଆ ଅଧିକାରୀଙ୍କୁ ନିର୍ଯାତନା

ଶ୍ରମିକ ଅଶାନ୍ତି ଠାରୁ ଆରମ୍ଭ କରି ପ୍ଳାଣ୍ଟ ପରିସରରେ ବିଭିନ୍ନ ସମୟରେ ଦୁର୍ଘଟଣା ଯୋଗୁଁ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ଜଣେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯିବା ସହ ଚାକିରୀ ଛାଡିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ଆସିଛି । ଏହାର ପ୍ରତିବାଦରେ କମ୍ପାନୀ ସମୁଖରେ ଜାରି ରହିଥିବା ଧାରଣା ଏକ ସପ୍ତାହରେ ପହଞ୍ଚିଲାଣି ।

ଓଡ଼ିଆ ଅଧିକାରୀ ତଥା ଉତ୍ପାଦନ ପରିଚାଳକ ଆଲୋକ ଦୋରାଙ୍କ ପ୍ରତି ଅନ୍ୟାୟ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସଙ୍ଗଠନ ,ନିର୍ବାଚିତ ପ୍ରତିନିଧି ,ଶ୍ରମିକ ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହୋଇ ଜଣେ ଓଡ଼ିଆଙ୍କୁ ନିର୍ଯ୍ୟାତନା ଦେଇ ଚାକିରୀ ଛାଡିବା ପାଇଁ ବାଧ୍ୟ କରାଯିବା ଘଟଣାକୁ ସମାଲୋଚନା କରିଛନ୍ତି । ଏଥିସହ ଏ ନେଇ ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କୈଣସି ଦୃଷ୍ଟି ନଦେବାରୁ ଗଠନ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ଏନେଇ ଜିଲ୍ଲା ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ଇତି ମଧ୍ୟରେ ଆଲୋଚନା କରିନଥିବାରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 17, 2020, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.