ବ୍ରହ୍ମପୁର : ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଜିଲ୍ଲାରେ ବହୁ କମ ସଂଖ୍ୟକ ବୁଥରେ ଇଭିଏମ ଏବଂ ଭିଭିପାଟର ଖରାଫ ରହିଥିବାବେଳେ ପରବର୍ତ୍ତୀ ସମୟରେ ଏହାର ସମାଧାନ ହୋଇଥିଲା ।
ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ବହୁ କମ ସମସ୍ୟା ହୋଇଥିଲା ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସୋରଡା ବ୍ଲକରେ ମାତ୍ର ଜଣେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଇଭିଏମ କଣ୍ଟ୍ରୋଲ ୟୁନିଟ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନେଇ ନିର୍ବାଚନ କମିଶନରଙ୍କୁ ଅବଗତ କରାଯାଇ ଥିବାବେଳେ ଅନ୍ୟ କୌଣସି ହିସାଂକାଣ୍ଡ ହୋଇ ନଥିବା କହିଛନ୍ତି ଜିଲ୍ଲାପାଳ।
ବ୍ରହ୍ମପୁର ସମୀର ଆଚାର୍ଯ୍ୟ, ଇଟିଭି ଭାରତ