ETV Bharat / state

ସିନ୍ଦେରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ପାଣ୍ଡିଆନ

Pandian On Ganjam Visit: ପ୍ରସିଦ୍ଧ ସିନ୍ଦେରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହାସହ ସେ ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ

pandian at sindareswar temple
ସିନ୍ଦେରେଶ୍ୱର ମନ୍ଦିରରେ ପାଣ୍ଡିଆନ
author img

By ETV Bharat Odisha Team

Published : Dec 17, 2023, 9:05 PM IST

ସିନ୍ଦେରେଶ୍ୱର ମନ୍ଦିରରେ ପାଣ୍ଡିଆନ

ବ୍ରହ୍ମପୁର: ଚାଲିଛି ପ୍ରସିଦ୍ଧ ସିନ୍ଦେରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟ । ଆଜି ସିନ୍ଦେରେଶ୍ୱର ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାର ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ହେଉଛି ପ୍ରସିଦ୍ଧ ସିନ୍ଦେରେଶ୍ୱର ମନ୍ଦିର । ତେବେ ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାର ଛତ୍ରପୁର ବ୍ଲକରେ ରହିଥିବା ପ୍ରସିଦ୍ଧ ସିନ୍ଦେରେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ପାଣ୍ଡିଆନ । ସେଠାରେ ସେ ରୂପାନ୍ତରୀକରଣ ପାଇଁ କରାଯାଇଥିବା ଯୋଜନାକୁ ଅନୁଧ୍ୟାନ କରିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି ।

ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି 5ଟି ଅଧ୍ୟକ୍ଷ । ସାରା ରାଜ୍ୟରେ ସମସ୍ତ ହାଇସ୍କୁଲ ଗୁଡିକର ରୂପାନ୍ତରୀକରଣ ପରେ ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ରୂପାନ୍ତରୀକରଣ ହେବ । ତେବେ ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ରୂପାନ୍ତରୀକରଣ କରାଯାଉଥିବାବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀର ମା' ରାମଚଣ୍ଡୀଙ୍କ ମନ୍ଦିର, ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ଏବଂ ସିନ୍ଦେରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି ।

ଏହି ତିନି ମନ୍ଦିର ଭକ୍ତମାନଙ୍କ ପାଇଁ ଏକ ଉକୃଷ୍ଟ ଦର୍ଶନୀୟ ସ୍ଥାନ ହେବ ବୋଲି ଅନେକ ଆଶା ରହିଛି । ତେବେ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟର 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଦ୍ୱିତୀୟ ଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର ପ୍ରସିଦ୍ଧ ଧବଳେଶ୍ୱର ଶୈବ ପୀଠକୁ ଗସ୍ତ କରି ସେଠାକାର ଉନ୍ନୟନମୂଳକ କାର୍ଯ୍ୟ ସହିତ ରୂପାନ୍ତୀକରଣ କାର୍ଯ୍ୟକୁ ସେ ଅନୁଧ୍ୟାନ କରିଛନ୍ତି ।

ଏହା ବି ପଢନ୍ତୁ...ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ

ଏହା ବି ପଢନ୍ତୁ...5T ଅଧ୍ୟକ୍ଷଙ୍କ ହିଞ୍ଜିଳି ଗସ୍ତ; ବର୍ଷକରେ କାର୍ଯ୍ୟକାରୀ ହେବ ଶେରଗଡ ଓ ହିଞ୍ଜିଳିକାଟୁ ଜଳସେଚନ ପ୍ରକଳ୍ପ

ସେହିପରି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ପୁରଷୋତ୍ତମପୁର ସ୍ଥିତ ପ୍ରସିଦ୍ଧ ତୁମ୍ୱେଶ୍ୱର ଶୈବପୀଠର ଚାଲିଥିବା ରୂପାନ୍ତୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ପୋଲସରାର ପ୍ରସିଦ୍ଧ ମାରଦା ଜଗନ୍ନାଥ ମନ୍ଦିରର ରୂପାନ୍ତୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ଏହା ସହିତ କବିସୂର୍ଯ୍ୟନଗରର ଆଠଗଡ ଜଗନ୍ନାଥ ମନ୍ଦିର ରୂପାନ୍ତୀକରଣ କାର୍ଯ୍ୟ ଏବଂ ଆସିକା ସହରରେ ରହିଥିବା ପ୍ରସିଦ୍ଧ ମା' ଖମ୍ୱେଶ୍ୱର ମନ୍ଦିରର ରୂପାନ୍ତୀକରଣ କାର୍ଯ୍ୟ ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶେଷରେ ଜିଲ୍ଲାରେ ଭଞ୍ଜନଗର ସ୍ଥିତ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଏବଂ କୁଲାଡର ମା' ବ୍ୟାଘ୍ରଦେବୀ ମନ୍ଦିରର ଉନ୍ନତିମୂଳକ ଓ ରୂପାନ୍ତୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରି ରାଜଧାନୀ ଭୁବନେଶ୍ୱରକୁ ଫେରିଛନ୍ତି 5T ଅଧ୍ୟକ୍ଷ ପାଣ୍ଡିଆନ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.