ଭଞ୍ଜନଗର: ପୋଲସରାକୁ ସହରକୁ ସଟଡାଉନ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ପୋଲସରା NAC ରେ ୪୦ରୁ ଉର୍ଦ୍ଧ୍ବ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଆଜି ପୁଣି ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଚିନ୍ତା ବଢ଼ାଉଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ଜିଲ୍ଲା ପ୍ରଶାସନ ୭ ତାରିଖ ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୋଲସରା ସହର ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ସଟଡାଉନ ସମୟରେ ମେଡ଼ିକାଲ ଓ ମେଡ଼ିସିନ ଷ୍ଟୋର ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ । ଏନେଇ ପୋଲସରା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସମସ୍ତ ଜନସାଧାରଣ ମାନଙ୍କୁ ସଚେତନ କରିଛନ୍ତି । ଏହା ସହ ଜନଗହଳିପୂର୍ଣ୍ଣ ସାହିର ପ୍ରବେଶ ପଥ ଗୁଡ଼ିକୁ ବାଉଁଶ ବ୍ୟାରିକେଡ ଦ୍ବାରା ସିଲ୍ କରାଯାଇଛି ।
ପୋଲସରା ସହରରେ ଥିବା ବିଭିନ୍ନ ଦୋକାନୀ ମାନଙ୍କ ଠାରୁ ପଜିଟିଭ ସଂକ୍ରମଣ ବୃଦ୍ଧି ପାଉଥିବା ଜାଣି ଏବଂ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ପୋଲସରା ସହରରକୁ ଆସନ୍ତା ପାଞ୍ଚ ଦିନ ପାଇଁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ