ETV Bharat / state

ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଦାବି, ବ୍ରହ୍ମପୁରରେ ୮ ଜିଲ୍ଲାର କର୍ମଚାରୀଙ୍କ ପ୍ରତିବାଦ - ବ୍ରହ୍ମପୁରରେ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ବାରମ୍ବାର ଆନ୍ଦୋଳନ ପରେ ବି ପୂରଣ ହେଉନି ଦାବି । ସ୍ଥାୟୀ ନିଯୁକ୍ତି ଦାବିରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଦକ୍ଷିଣାଞ୍ଚଳ ୮ ଜିଲ୍ଲାର କର୍ମଚାରୀ । ଅଧିକ ପଢ଼ନ୍ତୁ

outsourcing employees protest
ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ
author img

By

Published : Jul 17, 2023, 10:45 PM IST

ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

ବ୍ରହ୍ମପୁର: ରାଜ୍ୟରେ ଆଉଟସୋର୍ସିଂ ବ୍ୟବସ୍ଥାର ଉଚ୍ଛେଦ ଦାବିରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଦକ୍ଷିଣାଞ୍ଚଳ ୮ ଜିଲ୍ଲାର କର୍ମଚାରୀ । ଏହି ପରିପ୍ରେକ୍ଷୀରେ ସୋମବାର ଆଉଟସୋର୍ସିଂ କର୍ମଚାରୀ ଆରଡ଼ିସି ଅଫିସ ଘେରିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଚେତାବନୀ ଦେଇଛି ଆଉଟସୋର୍ସିଂ ସଂଘ ।

ଦୀର୍ଘଦିନ ଧରି ନିଜର ଦାବି ପୂରଣ କରିବା ପାଇଁ ବିଭିନ୍ନ ଫୋରମରେ ଦାବି ପରେ ଶେଷରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି ଆଉଟସୋର୍ସିଂ ମହାସଂଘ । ଆଉଟସୋର୍ସିଂ ବ୍ୟବସ୍ଥାର ଉଚ୍ଛେଦ, ସବୁ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କର୍ମଚାରୀର ମାନ୍ୟତା, ମାସିକ ଛୁଟି, ପ୍ରସୂତି କାଳୀନ ଛୁଟି, ଦରମାରେ ବୃଦ୍ଧି, ସାମାଜିକ ସୁରକ୍ଷା ଯୋଜନା ଲାଗୁ କରିବା ଭଳି ଦାବି ନେଇ କର୍ମଚାରୀ ମାନେ ପ୍ରତିବାଦ କରିଥିଲେ । ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଡାକରା କ୍ରମେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବାରମ୍ବାର ଆନ୍ଦୋଳନ ପରେ ପୂରଣ ହେଉନି ଦାବି, କର ବା ମର ନୀତିରେ ଆଉଟସୋର୍ସିଂ କର୍ମଚାରୀ

ଆଉଟସୋରସିଂ କର୍ମଚାରୀଙ୍କ ରାଜ୍ୟ ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମଚାରୀ ନେତା ମାନେ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ସରକାରଙ୍କ ଶୋଷଣକାରୀ ଓ ପ୍ରତାରଣାପୂର୍ଣ୍ଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ସରକାରଙ୍କ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି ନିଷ୍ଠାପର ଭାବରେ କାର୍ଯ୍ୟ କରି ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ସଫଳ କରି ଆସୁଥିଲେ ବି ସରକାର ସେମାନଙ୍କ ପ୍ରତି ଅନ୍ୟାୟ କରିବା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ମହାସଂଘର ରାଜ୍ୟ ଆବାହକ ତଥା ବରିଷ୍ଠ କର୍ମଚାରୀ ନେତା ପ୍ରଭାତ କୁମାର ମହାନ୍ତି କହିଛନ୍ତି, "ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଅନ୍ୟାୟ କରିଛନ୍ତି । ପ୍ରତିଶୃତି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ଆଉ ସରକାରଙ୍କ ପାଖରେ ଗୁହାରି ନକରି ନିଜର ସମସ୍ତ ନ୍ୟାୟସଙ୍ଗତ ଦାବିକୁ ନେଇ ଆସନ୍ତା ଜୁଲାଇ ୩୧ରେ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ଧାରଣା ଦେବେ ।"

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଆବାହକ ପ୍ରଭାତ ମହାନ୍ତିଙ୍କ ସମେତ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, କର୍ମଚାରୀ ନେତା ପ୍ରତାପ ପ୍ରଧାନ, ମହାସଂଘର ରାଜ୍ୟ ସମ୍ପାଦକ ମାନସ ଦାସ, କନ୍ଧମାଳ ଜିଲ୍ଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ଉମା ପାଣିଗ୍ରାହୀ, ମାନବିକ ଅଧିକାର କର୍ମୀ ଅବନୀ ଗୟା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.