ETV Bharat / state

Post Poll Violence In Ganjam: ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

author img

By

Published : Mar 13, 2022, 12:18 PM IST

ଗାଙ୍ଗପୁର କେନ୍ଦୁପଦର ଗ୍ରାମରେ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଫଳରେ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ
ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ଭଞ୍ଜନଗର: ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା । ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ତଥା ଗାଙ୍ଗପୁର ଥାନା କେନ୍ଦୁପଦରର ଗ୍ରାମରେ ଦେଖା ଦେଇଛି ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସାକାଣ୍ଡ । ବାଣ ଫୁଟାକୁ ନେଇ କେନ୍ଦୁପଦର ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି ।

Post Poll Violence In Ganjam: ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ସୂଚନାନୁସାରେ, କେନ୍ଦୁପଦର ଗ୍ରାମ ପଞ୍ଚାୟତଟି ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ଅଞ୍ଚଳ ହୋଇଥିବା ବେଳେ ଗତରାତିରେ ଏକ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହି ମୁହାଁମୁହିଁ ଏତେ ଭୟଙ୍କର ହୋଇଥିଲା ଯେ, ଗୋଟିଏ ଗୋଷ୍ଠୀର ଖଣ୍ଡା ଓ ଭୂଜାଲି ମାଡରେ ଜଣକ ମୃତ୍ଯୁ ଘଟିଛି । ଅନ୍ୟଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ବୁଲୁ ସ୍ବାଇଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଆସିକା ଓ ଗାଙ୍ଗପୁର ପୋଲିସ ସମେତ ଭଞ୍ଜନଗର ଏସଡିପିଓ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.