ETV Bharat / state

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

author img

By

Published : Jun 10, 2021, 7:28 PM IST

ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଜିଲିବା ଓ ବଙ୍କା ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ଜିଲିବା ଗାଁର ବାଞ୍ଛାନିଧି ସେଠୀ ଏବଂ ଗୁରୁତର ମହିଳା ହେଲେ ବଙ୍କା ଗାଁର ସବିତା ପରିଡା । ଅଧିକ ପଢନ୍ତୁ...

one people-were-killed-in-the-elephant-attack
ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ଭଞ୍ଜନଗର : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଜିଲିବା ଓ ବଙ୍କା ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ଜିଲିବା ଗାଁର ବାଞ୍ଛାନିଧି ସେଠୀ ଏବଂ ଗୁରୁତର ମହିଳା ହେଲେ ବଙ୍କା ଗାଁର ସବିତା ପରିଡା ।

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ସୂଚନା ଅନୁସାରେ, ଆଜି(ଗୁରୁବାର) ସକାଳୁୁ ବଙ୍କା ଗାଁର ଶୌଚ ହେବାକୁ ଯାଇଥିବାବେଳେ ହାତୀପଲଙ୍କ ହାବୁଡ଼ରେ ପଡିଯାଇଥିଲେ 3 ମହିଳା । ହାତୀକୁ ଦେଖି ଉକ୍ତ ମହିଳାମାନେ ଦୌଡ଼ିଥିଲେ ଯାହାକୁ ଦେଖି ହାତୀମାନେ ସେମାନଙ୍କୁ ଆକ୍ରାମଣ କରିବାକୁ ଗୋଡ଼ାଇ ଥିଲେ । ଏହାପରେ ଜ ଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଥିବାବେଳେ, ଅନ୍ୟ 2 ମହିଳା ଦୌଡିପଳାଇଥିଲେ । ଏହାପରେ ଜିଲିବା ମୁଖ୍ୟ ରାସ୍ତାରେ ବୁଲାବୁଲି କରୁଥିବା ବାଞ୍ଛାନିଧିଙ୍କୁ ହାତୀ ଦଳି ଦେଇଥିଲେ । ଏହାପରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ ହାତୀପଲ ।

ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ବାଞ୍ଛାନିଧିଙ୍କୁ ମୃତ ଘୋଷଣା କରିଥିବାବେଳେ, ଗୁରୁତର ସବିତାଙ୍କ ଚିକିତ୍ସା ଜାରି ରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.