ETV Bharat / state

ଶାଗ ତୋଳିବାକୁ ଯାଇ ଲିଭିଗଲା ସ୍ତ୍ରୀର ଜୀବନ ଦୀପ, ସ୍ବାମୀ ଗୁରୁତର

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରୁତର । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଶାନ୍ତି ନଗରରେ ।

author img

By

Published : Jul 23, 2021, 9:31 AM IST

ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଭଞ୍ଜନଗର: ଶାଗ ତୋଳିବା ହେଲା କାଳ । ଶାଗ ତୋଳୁ ତୋଳୁ ଚାଲିଗଲା ଜୀବନ । ବିଦ୍ୟୁତ ଆଁରେ ଫସିଗଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀକୁ ବିଦ୍ୟୁତ ଆଘାତରୁ ବଞ୍ଚାଇବାକୁଯାଇ ସ୍ବାମୀ ଗୁରୁତର । ହେଲେ ଶେଷରେ ସ୍ତ୍ରୀର ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଶାନ୍ତି ନଗରରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଚନ୍ଦ୍ରମା ନାୟକ ।

ମିଳିଥିବା ସୂଚନା ଅନୁଯାୟୀ, ଶାନ୍ତି ନଗରରେ ରହୁଥିବା ଯୋଗୀ ନାୟକଙ୍କ ଘର ନିକଟ ଦେଇ ଏକ ବିଦ୍ୟୁତ ତାର ଯାଇଛି । ଏହି ତାର ଘର ପାଖରେ ଥିବା ଏକ ସଜନା ଗଛକୁ ସ୍ପର୍ଶ କରୁଥିଲା । ତେବେ ବର୍ଷା ଲାଗିରହିଥିବା ହେତୁ ସଜନା ଗଛରେ ବିଦ୍ୟୁତ ପ୍ରବାହିତ ହୋଇଥିଲା । ଏହା କିନ୍ତୁ ଜାଣିପାରିନଥିଲେ ଯୋଗୀ ନାୟକ ସ୍ତ୍ରୀ ଚନ୍ଦ୍ରମା । ଫଳରେ ସଜନା ଶାଗ ତୋଳିବାକୁ ଯାଇ ବିଦ୍ୟୁତ ଆଁରେ ଫସି ଯାଇଥିଲେ ଚନ୍ଦ୍ରମା ।

ସ୍ତ୍ରୀର ଛଟପଟ ଅବସ୍ଥା ଦେଖି ଆଉ ସହିନପାରି ଯୋଗୀ ନାୟକ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଉଭୟଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚନ୍ଦ୍ରମାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଯୋଗୀ ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.