ETV Bharat / state

ଅଲିଭ ରିଡଲେଙ୍କ ଆଗମନରେ ନୂଆ ରେକର୍ଡ, ୬ ଲକ୍ଷରୁ ଊର୍ଦ୍ଧ୍ବ କଇଁଛଙ୍କ ଗଣ ଅଣ୍ଡାଦାନ

author img

By

Published : Mar 1, 2023, 7:54 AM IST

Updated : Mar 1, 2023, 8:56 AM IST

ବିରଳ ପ୍ରଜାତିର ଅଲିଭ ରିଡେଲ ଋଷିକୂଲ୍ୟାକୁ ଆଗମନ କ୍ଷେତ୍ରରେ ଏକ ନୂଆ ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ଋଷିକୂଲ୍ୟା ମୁହାଣ ବାଲୁକା ଶଯ୍ୟାରେ ୬ ଲକ୍ଷରୁ ଊର୍ଦ୍ଧ୍ବ କଇଁଛ ଗଣ ଅଣ୍ଡାଦାନ କରି ସାରିଲେଣି । ଅଧିକ ପଢ଼ନ୍ତୁ

ଅଲିଭ ରିଡଲେଙ୍କ ଆଗମନରେ ନୂଆ ରେକର୍ଡ
new record of Olive Ridley turtle at rushikulya
ଅଲିଭ ରିଡଲେଙ୍କ ଆଗମନରେ ନୂଆ ରେକର୍ଡ

ବ୍ରହ୍ମପୁର: ଆରମ୍ଭ ହୋଇଛି ବିରଳ ପ୍ରଜାତିର ଅଲିଭ ରିଡେଲଙ୍କ ଅଣ୍ଡାଦାନ ପର୍ବ । ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ସ୍ଥାନ ଭାବରେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଅଲିଭ ରିଡଲେ ଗଣ ଅଣ୍ଡାଦାନରେ ସାମିଲ ହୋଇଛନ୍ତି । ବିଶ୍ୱରେ ଅଲିଭ ରିଡ଼ଲେଙ୍କ ଦ୍ୱିତୀୟ ସର୍ବବୃହତ ଏନ୍ତୁଡ଼ିଶାଳ ଭାବରେ ପରିଚିତ ଥିବା ଋଷିକୂଲ୍ୟା ମୁହାଣରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷରୁ ଊର୍ଦ୍ଧ୍ବ କଇଁଛ ଅଣ୍ଡା ଦେଇସାରିଛନ୍ତି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ମୁଖ୍ୟତଃ ନଭେମ୍ବର ମାସରୁ ଗଞ୍ଜାମ ଜିଲ୍ଲାର ଉପକୂଳକୁୁ ହଜାର ହଜାର ଅଲିଭ ରିଡେଲଙ୍କ ଆଗମନ ହୋଇଥାଏ । ବଙ୍ଗୋପସାଗର ବେଳାଭୂମିରେ ମିଳନ ପର୍ବରେ ସାମିଲ ହେବା ପରେ ଅପେକ୍ଷା କରି ରହିଥାନ୍ତି ପ୍ରକୃତିର ଦକ୍ଷିଣା ପବନର ଆଗମନକୁ । ଅନୁକୂଳ ପାଗ ଦେଖି ସୂର୍ଯ୍ୟସ୍ତ ପରେ ଏବଂ ସକାଳର ସିନ୍ଦୁରା ଫାଟିବା ପୂର୍ବରୁ ସମୁଦ୍ରର ଜଳରାଶିରୁ ବାହାରି ବେଳାଭୂମିର ବାଲୁକାରାଶି ନିକଟକୁ ଆସିଥାନ୍ତି । ଏହାପରେ ବେଳାଭୂମିର ସୁରକ୍ଷିତ ସ୍ଥାନରେ ଗାତ କରି ଅଣ୍ଡା ଦେଇଥାନ୍ତି । ପ୍ରତ୍ୟେକ କଇଁଛ ୧୦୦ ରୁ ୧୨୦ ଅଣ୍ଡାଦାନ କରି ପୁଣି ଗନ୍ତବ୍ୟ ସ୍ଥଳକୁ ଫେରିଯାନ୍ତି । ବାସ୍ତବରେ ଏ ଦୃଶ୍ୟ ଦେଖିବାକୁ ଯେତିକି ନିଆରା, ସେତିକି କୌତୁହଳ ମଧ୍ୟ । ପ୍ରତିବର୍ଷ କ୍ରମାଗତ ଭାବରେ ଆସୁଥିବା ଏହି ଅତିଥିଙ୍କ ଗଣ ଅଣ୍ଡାଦାନ ପର୍ବ ପାଇଁ ସରକାର ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

ଅଲିଭ ରିଡଲେଙ୍କ ସୁରକ୍ଷା ଦୃଷ୍ଟିରୁ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗଭୀର ସମୁଦ୍ରରେ କୌଣସି ପ୍ରକାର ଯନ୍ତ୍ରଚାଳିତ ଲଞ୍ଚ ବା ଟ୍ରଲରରେ ମାଛ ମାରିବାକୁ ନିଷେଧ ଘୋଷଣା କରାଯାଇଛି । ଏପରିକି ଗଣଅଣ୍ଡାଦାନରେ ସାମିଲ ହେଉଥିବା କଇଁଛଙ୍କର ଗଣତି ଓ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ବେଳାଭୂମିର ପାଞ୍ଚ କିଲୋମିଟର ଅଞ୍ଚଳକୁ ସଫେଇ କରାଯାଇ ଫେନସିଙ୍ଗ୍ କରି ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ପାଚେରୀ କରାଯାଇଛି । ଗଣ ଅଣ୍ଡାଦାନର ସମୁଦ୍ର ବେଳାଭୂମିକୁ ୫୦ଟି ସେଗମେଣ୍ଟରେ ବିଭକ୍ତ କରାଯାଇଛି । ଚଳିତ ବର୍ଷ ଗଞ୍ଜାମ ବ୍ଳକର ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ବେଳାଭୂମିରେ ଅଧିକ ପରିମାଣର ଅଲିଭ ରିଡଲେ ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ଦେଖାଯାଇଛି ।

ପୂର୍ବରୁ ରାଜ୍ୟର ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ, କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଗହୀରମଥା ଓ ପୁରୀ ଜିଲ୍ଲାର ଦେବୀ ନଦୀ ମୁହାଣରେ ଗଣ ଅଣ୍ଡାଦାନ ହେଉଥିବା ବେଳେ ଗତ କିଛି ବର୍ଷ ଧରି ରଷିକୁଲ୍ୟା ମୁହାଣକୁ ବହୁଳ ମାତ୍ରାରେ ଅଲିଭ ରିଡଲେ ନିଜର ସୁରକ୍ଷିତ ସ୍ଥାନ ଭାବରେ ବାଛି ନେଇଛନ୍ତି । ଏହି କଇଁଛ ମାନେ ଶ୍ରୀଲଙ୍କାର କଲମ୍ବୋ ,କାଲ ମୋନାଭ ଅଞ୍ଚଳରୁ ସମୁଦ୍ରପଥ ଅତିକ୍ରମ କରି ଅଣ୍ଡା ଦେବା ପାଇଁ ଆସୁଥିବା କୁହାଯାଉଥିବା ବେଳେ ଗତ କିଛିବର୍ଷ ଧରି ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତୀୟ ପ୍ରାଣୀ ବିଭାଗ ସଂସ୍ଥା (ZSI) ପକ୍ଷରୁ ଟ୍ରାକିଂ ପ୍ରକ୍ରିୟା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 1, 2023, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.