ବ୍ରହ୍ମପୁର: ବ୍ରହ୍ମପୁରରେ ପାଳିତ ହେଲା ୮୮ତମ ପୋଲିସ ପ୍ରତିଷ୍ଠା ଦିବସ । ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଆମ ରାଜ୍ୟର ସୁରକ୍ଷା ପାଇଁ ସୁରକ୍ଷା ବାହିନୀ । ତେବେ 1936 ମସିହା ଏପ୍ରିଲ 1 ତାରିଖରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ସହ ସୁରକ୍ଷା ବାହିନୀଙ୍କ ମଧ୍ୟ ଜନ୍ମ ହୋଇଥିଲା । ତେବେ ଏହି ଅବସରରେ ବ୍ରହ୍ମପୁର ସହରର ସ୍ଥାନୀୟ ଆମ୍ୱପୁଆ ସ୍ଥିତ ରିଜର୍ଭ ପୋଲିସ୍ ପଡିଆରେ ପାଳନ ହୋଇଥିଲା ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ ।
ଏହା ବି ପଢ଼ନ୍ତୁ ଉତ୍କଳ ଦିବସକୁ ବିରୋଧ, କଳା ଦିବସ ପାଳିଲା କୋଶଳ ସେନା
ଏହି ଅବସରରେ ଗତ କୋଭିଡ ସମୟରେ ନିଜ ଜୀବନ ହରାଇଥିବା ପୋଲିସ କର୍ମଚାରୀଙ୍କୁ ସ୍ମରଣ କରିବା ସହିତ ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ଥିଲେ । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ.ସର୍ବଣା ବିବେକ ଏମଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅସୀମ ପଣ୍ଡା ଓ ରମେଶ ଚନ୍ଦ୍ର ସେଠୀଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଥାନାଧିକାରୀମାନେ ଉପସ୍ଥିତ ରହିଥିବାଥିଲେ । ଫରେଡ଼ ପରେ ଗତ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟକୁ ନେଇ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହା ବି ପଢ଼ନ୍ତୁ Utkal Divas 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ମଧ୍ୟ ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଯୋଗ ଦେଇ ମିଳିତ ପରେଡରେ ଅଭିବାଦନ କରିଥିଲେ । ଏହାପରେ ପୋଲିସ ବାହିନୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ପୋଲିସ ପ୍ରତିଷ୍ଠା ଦିବସର ବାର୍ତ୍ତାକୁ ପଠନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ବହୁ ଥାନାର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ପ୍ରତେକ ବର୍ଷ ଅପ୍ରେଲ -୧ ତାରିଖକୁ ଓଡିଶା ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯିବା ସହିତ ପୋଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ ସହିତ ସମ୍ୱଦ୍ଧିତ କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର