ETV Bharat / state

ବ୍ରହ୍ମପୁର ମହାନଗର ନିଗମର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି , ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 10, 2022, 7:27 PM IST

ବ୍ରହ୍ମପୁର ମହାନଗର ନିଗମର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି । ଭିଡିଓ କନଫେରନ୍ସ ଯୋଗେ ବ୍ରହ୍ମପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବସ୍ତି ମୁକ୍ତ ଏବଂ ଜାଗା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ୫ଟି ମହାନଗର ନିଗମର ବସ୍ତି ବାସିନ୍ଦାମାନଙ୍କୁ ଜମି ଅଧିକାର ଦିଆଯାଉଛି । ଏଥିରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ରହୁଥିବା ବସ୍ତି ବାସିନ୍ଦା । ବ୍ରହ୍ମପୁରର ୧୬୩ ଗୋଟି ବସ୍ତିରେ ଡ୍ରୋନ ମାଧ୍ୟମରେ ସର୍ଭେ କରାଯାଇ ଜମି ପ୍ରଦାନ କରାଯିବ । ଏଥିରେ ୨୮ ହଜାର ପରିବାର ଉପକୃତ ହେବେ । ଏନେଇ ଆଜି ଭିଡିଓ କନଫେରନ୍ସ ଯୋଗେ ବ୍ରହ୍ମପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଡ୍ରୋନ ସର୍ଭେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସହରର ଜମିର ଦାମ ଠାରୁ ବସ୍ତି ଅଞ୍ଚଳରେ ରହୁଥିବା ପରିବାର ଜୀବନର ଦାମ ଅଧିକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ, ଏଥିପାଇଁ ଏହି ଅଧିକାର ପ୍ରଦାନ କରାଯିବ । ଏଣୁ ଯେପରି ବସ୍ତି ଅଞ୍ଚଳରେ ରହୁଥିବା ସଠିକ ବ୍ୟକ୍ତିବିଶେଷ ସେମାନଙ୍କ ଅଧିକାର ପାଇବେ ସେନେଇ କାର୍ଯ୍ୟ କରାଯିବ । ସେପଟେ ବସ୍ତି ମୁକ୍ତ କରିବା ପାଇଁ ସରକାରଙ୍କ ବିଜୁ ଆଦର୍ଶ କଲୋନୀ ଯୋଜନାରେ ବସ୍ତିବାସିନ୍ଦା ଉପକୃତ ହେବେ ବୋଲି କୁହାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟର ଡ୍ରୋନ ସର୍ଭେ ପରେ ଦ୍ବିତୀୟ ପର୍ଯ୍ୟାୟରେ ଉଷା ସର୍ଭେ ହେବ ବୋଲି କୁହାଯାଇଛି ।

ବ୍ରହ୍ମପୁର ସହରର ଆଇନାବନ୍ଧ ସାହିରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ ପ୍ରମୁଖ ସାମିଲ ହୋଇଥିଲେ । ରାଜ୍ୟର ୫ଟି ମହାନଗର ନିଗମରେ ସମେତ ବିଭିନ୍ନ ସହରାଞ୍ଚଳରେ ବର୍ଷ ବର୍ଷ ଧରି ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବାକୁ ଏହି ଡ୍ରୋନ ସର୍ଭେ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆୟୋଜିତ ଭିଡିଓ କନଫେରନ୍ସ କାର୍ଯ୍ୟକ୍ରମରେ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ମନ୍ତ୍ରୀ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏହାରି ମାଧ୍ୟମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର । ଟାଟା ଷ୍ଟିଲ ଓ ଜାଗା ମିଶନ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବା ବେଳେ ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ସଂପୂର୍ଣ୍ଣ ବସ୍ତିମୁକ୍ତ ସହରର ମାନ୍ୟତା ପାଇଥିବା ବେଳେ ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ ବସ୍ତି ମୁକ୍ତ ହେବ ବୋଲି କୁହାଯାଇଛି ।

୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତି ମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ବରେ ସୁନାମ ପାଇଛି । ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି । ଏ ମିଶନର ଫୋକସ ହେଉଛି ପ୍ରଥମେ ମଣିଷ । ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ନିଜର ଜାଗାଟିଏ ଓ ଘରଟିଏ ଥିଲେ, ଆମର ସ୍ବାଭିମାନ ବଢିଥାଏ । ଆମର ଏ ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ, ଏହା ତାଙ୍କର ଦୃଢ ବିଶ୍ବାସ ବୋଲି ସେ କହିଥିଲେ ।

୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ, ''ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି । ବସ୍ତିର ବିକାଶରେ ବସ୍ତି ଉନ୍ନୟନ ସଂଘ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ବସ୍ତି ଉନ୍ନୟନ ସଂଘ ଗୁଡିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ । ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଏହି ସଂଘ ଗୁଡିକୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସହର ଗୁଡିକ ଯେପରି ବସ୍ତିମୁକ୍ତ ହୋଇ ରହିବ, ବସ୍ତି ସୃଷ୍ଟି ହେବାର କାରଣର ଅନୁସଂଧାନ କରି ତାର ନିରାକରଣ ପାଇଁ ରାଜ୍ୟ ସରକାର ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ବୋଲି କୁହାଯାଇଛି । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଓ ଅଭିବୃଦ୍ଧିର ସୁଫଳ ଉପରେ ଦେଶର ଗରୀବ ଲୋକଙ୍କର ସମାନ ଅଧିକାର ଅଛି । ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଚୁପ ହୋଇ ବସି ପାରିବୁ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।''

ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘ ସ୍ଥାୟୀ ଖୁସି ଆଣିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଯାତ୍ରା ତାର ଭୂମିକା ଗ୍ରହଣ କରିଚାଲିବ । ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ରାଜ୍ୟର ସହର ଗୁଡିକର, ବିଶେଷ କରି ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚ ପ୍ରଶଂସା କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଜଣାଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.