ETV Bharat / state

ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ

author img

By

Published : Nov 25, 2020, 3:34 AM IST

ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଡ଼ିସେମ୍ବର ୧୨ ତାରିଖରେ ହେବ ନିର୍ବାଚନ । ଅଧିକ ପଢନ୍ତୁ...

nomination for ganjam bar association election
ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ । ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲର ପକ୍ଷରୁ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବିଜ୍ଞପ୍ତି ଅନୁଯାୟୀ ୨୪ ଏବଂ ୨୫ ତାରିଖ ଦୁଇଦିନ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ପ୍ରଥମ ଦିନରେ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆଜି ସଭାପତି ପଦବୀ ପାଇଁ କପିଳେଶ୍ବର ପଟ୍ଟନାୟକ ଏବଂ ବଂଶୀଧର ପାଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉପସଭାପତି ପଦବୀ ପାଇଁ କୃଷ୍ଣଚନ୍ଦ୍ର ପଣ୍ଡା, ବସନ୍ତ ରାଉତ, ସେହିଭଳି ସମ୍ପାଦକ ପଦବୀ ପାଇଁ କେବଳ ପ୍ରଦୀପ ବେହେରା ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ହେମନ୍ତ ପଣ୍ଡା ,ସୋମନାଥ ମହାରଣା ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।ଆସନ୍ତାକାଲି ଦ୍ବିତୀୟ ଦିନରେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ପ୍ରାର୍ଥୀ ପତ୍ର ଦାଖଲ ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୭ ତାରିଖରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୨୮ ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।

ଡ଼ିସେମ୍ବର ୧୨ ତାରିଖରେ ସକାଳ ୮ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇ ସନ୍ଧ୍ୟାରେ ଭୋଟଗଣନା କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବାକୁ ବିଜ୍ଞପ୍ତି ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.