ETV Bharat / state

ବିକାଶ ନାହିଁ ତ ଭୋଟ ନାହିଁ - ଭଞ୍ଜନଗର

ମୌଳିକ ସୁବିଧା ଯୋଗାଇ ଦିଆଯାଇ ନାହିଁ, ସେମାନେ ଭୋଟ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ,ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡା ପଞ୍ଚାୟତର 7ଖଣ୍ଡ ଗାଁର ଶହ ଶହ ଆଦିବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Mar 16, 2019, 5:43 PM IST

ଭଞ୍ଜନଗର: ବିକାଶର ଅପହଞ୍ଚ ଦୂରରେ ଥିବା ଗ୍ରାମବାସୀଙ୍କ ମନରେ ଆକ୍ରୋଶ ଦେଖିବାକୁ ମିଳିଛି । ତେଣୁ ଆଗାମୀ ନିର୍ବାଚନରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡା ପଞ୍ଚାୟତର 7ଖଣ୍ଡ ଗାଁର ଶହ ଶହ ଆଦିବାସୀ । ଯେ ପର୍ଯ୍ୟନ୍ତ ସେମାନଙ୍କ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦିଆଯାଇ ନାହିଁ, ସେମାନେ ଭୋଟ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଖବରମୁତାବକ, ପାଣ୍ଡିରିପଡା ପଞ୍ଚାୟତର 7ଖଣ୍ଡ ଗାଁର 700 ଆଦିବାସୀ ଶନିବାର ଦିନ ଏକତ୍ରିତ ହୋଇ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି ଯେ, ସେମାନଙ୍କର ଅଞ୍ଚଳରେ କୌଣସି ମୌଳିକ ସୁବିଧା ମିଳିନାହିଁ । ନିର୍ବାଚନ ସମୟରେ ନେତାମାନେ ଆସି ପ୍ରତିଥର ପ୍ରତିଶୃତି ଦେଇଥାନ୍ତି । କିନ୍ତୁ ଏଯାଏଁ ସେମାନଙ୍କୁ କୌଣସି ସୁବିଧା ମିଳିନାହିଁ । ତେଣୁ ଚଳିତ ବର୍ଷ ସେମାନଙ୍କର ମନରେ ଥିବା କ୍ଷୋଭ ଭୋଟ ବର୍ଜନ ମାଧ୍ୟମରେ ଦେଖାଇବେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

() ନବୀନ ନିବାସରେ ସମ୍ବିତ ରାଉତରାୟ। ଦାମ ରାଉତଙ୍କୁ ଅଟକାଇବା ପାଇଁ ପୁଅ ସମ୍ବିତଙ୍କୁ ଅସ୍ତ୍ର କରିଛି ବିଜେଡି। ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଛି । ସମ୍ବିତଙ୍କୁ ଡାକି ଏ ନେଇ 
ନବୀନ ନିବାସରେ ବୁଝାଯାଇଛି । ପାରାଦୀପ ବିଧାନସଭା ଆସନରୁ ସେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି । ଆଜି ସେ ନବୀନ ନିବାସରେ ସୁପ୍ରିମୋଙ୍କୁ ଭେଟିବା ପରେ ପାରାଦୀପ ଆସନ ପାଇଁ ଆଶାୟୀ ଥିବା କଥା କହିଛନ୍ତି । ଦାମଙ୍କୁ ବିଜେପି ନେବାପାଇଁ ଉଦ୍ୟମ କରୁଥିବା ଜାଣି ଏଥିରେ ରୋକ ଲଗାଇବା ପାଇଁ ଏହି ଗୋଟି ଚାଳାନ କରାଯାଇଥିବା କଥା କୁହାଯାଉଛି ।
ସେପଟେ ଏହାକୁ କିନ୍ତୁ ଅସ୍ବୀକାର କରିଛନ୍ତି ସମ୍ବିତ। ବାପାଙ୍କୁ ବୁଝାଇବା ଦାୟିତ୍ୱ ମୋର ନୁହେଁ ବୋଲି ସିଧାସଳଖ କହିଛନ୍ତି। ଏପରିକି ନିଜ ବାପାଙ୍କୁ ନେଇ ସେ କହିଛନ୍ତି, ଦାମ ବାବୁ କେବେ କୌଣସି କଥାରେ ସାଳିଶ କରି ନାହାନ୍ତି। ଏହା ହୋଇଥିଲେ ସେ ବହୁତ ଆଗକୁ ଯାଇଥାନ୍ତେ ବୋଲି ସମ୍ବିତ କହିଛନ୍ତି। ସେପଟେ ସମ୍ବିତଙ୍କୁ ଏଭଳି ବୟାନ ମଧ୍ୟ ଭିନ୍ନ କଥା କହୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.