ETV Bharat / state

କାମ ଦେଉନି 'ନିର୍ଭୟା କଢି' ଯୋଜନା, ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ରୀ

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଭଗବାନପୁର ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ, ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଯୋଡିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଉଚ୍ଚ ଶିକ୍ଷାରୁ ବଞ୍ଚିତ ଛାତ୍ରୀ
ଉଚ୍ଚ ଶିକ୍ଷାରୁ ବଞ୍ଚିତ ଛାତ୍ରୀ
author img

By

Published : Feb 5, 2020, 10:08 PM IST

Updated : Feb 12, 2020, 11:39 PM IST

ଭଞ୍ଜନଗର: ଗାଁରୁ ସହର ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି ଝିଅଙ୍କ ପାଠପଢା ଉପରେ ବେଶୀ ଗୁରୁତ୍ବ ପ୍ରଦାନ କରାଯାଉଥିବାବେଳେ, ଗଞ୍ଜାମ ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଝିଅଙ୍କ ପାଠ ପଢାକୁ ନେଇ 'ନିର୍ଭୟା କଢି' ଯୋଜନା କରାଯାଇଛି ସତ । ହେଲେ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

ଉଚ୍ଚ ଶିକ୍ଷାରୁ ବଞ୍ଚିତ ଛାତ୍ରୀ

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଭଗବାନପୁର ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ 40 ବର୍ଷ ପୂର୍ବେ ଏଠାରେ ସ୍କୁଲଟି ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 280 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସ୍କୁଲକୁ 10 ଗୋଟି ଗାଁର ପିଲା ପାଠ ପଢିବାକୁ ଆସିଥାନ୍ତି ।

ପ୍ରତିବର୍ଷ ଏହି ସ୍କୁଲରୁ 60ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଷ୍ଟମ ପାସ କରିଥିବାବେଳେ, ସେଥିମଧ୍ୟରୁ ଅଧିକାଂଶ ଛାତ୍ରୀ ରହିଛନ୍ତି । ହେଲେ ସ୍କୁଲରେ 9ମ ଓ 10ମ ଶ୍ରେଣୀ ନଥିବାରୁ 4 କିମି ଦୂର ଅସୁରବନ୍ଧ ହାଇସ୍କୁଲକୁ ଯିବାକୁ ପଡିଥାଏ। ଯାହାକୁ ନେଇ ଉକ୍ତ ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଆରମ୍ଭ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ବାରମ୍ବାର ଗ୍ରାମବାସୀ ମାନେ ଶିକ୍ଷା ବିଭାଗ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆମେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ । ଅଭିଯୋଗ ନେଇ ଶିକ୍ଷା ବିଭାଗ ଅଗୋଚର ଥିବା ବେଳେ,ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Feb 12, 2020, 11:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.