ETV Bharat / state

ପୋଇରାସିରେ 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ଅନୁଷ୍ଠିତ - Mo gaon re Tahasil programme

ଗଞ୍ଜାମ ଜିଲ୍ଲା ପୋଇରାସି ଗ୍ରାମରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ପୋଇରାସିରେ 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ଅନୁଷ୍ଠିତ

author img

By

Published : Mar 5, 2021, 9:47 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଗଞ୍ଜାମ ତହସିଲ ଅଧିନସ୍ତ ପୋଇରସି ଗ୍ରାମରେ 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ 100ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରବାରି ପଟ୍ଟାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ସମସ୍ତ ରାଜସ୍ବ ସୁବିଧା ପ୍ରଦାନ ଦିଗରେ ଆଉ ପାଦେ ଆଗରେ ରହିବାର ପ୍ରମାଣ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଛତ୍ରପୁର ଉପଖଣ୍ଡ ଗଞ୍ଜାମ ତହସିଲ ଅଧିନସ୍ତ ପୋଇରସି ଗ୍ରାମରେ ସମ୍ମାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଏବଂ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନାରେ ଗ୍ରାମର 27 ଜଣ ଗୃହହୀନ ହିତାଧିକାରୀଙ୍କୁ ପଟ୍ଟା, 100ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରବାରି ପଟ୍ଟା ଏବଂ ଅନ୍ୟାନ୍ୟ ବିବିଧ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲା ପ୍ରଶାସନ ଗ୍ରାମକୁ ଆସି ଏପରି ସୁବିଧା ପ୍ରଦାନ କରିଥିବାରୁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ସୁବିଧା ସର୍ବସାଧାରଣଙ୍କୁ ସର୍ବଦା ଯୋଗାଇଦେବା ନିମନ୍ତେ ପ୍ରତିଶୃତିବଦ୍ଧ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.