ETV Bharat / state

MkCG ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣା: ସ୍ବତନ୍ତ୍ର ବସରେ ବ୍ରହ୍ମପୁର ଫେରିଲେ ସମସ୍ତ ଛାତ୍ର - MKCG

ବୁର୍ଲା ମେଡିକାଲ କଲେଜରେ ଏମକେସିଜି ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣା ପରେ ବ୍ରହ୍ମପୁରକୁ ଫେରିଛନ୍ତି ସମସ୍ତ ବିଦ୍ୟାର୍ଥୀ । ଏହି ଘଟଣାରେ ୯ ଜଣ ବିଦ୍ୟାର୍ଥୀ ଆହତ ହୋଇଥିବା ଜଣାପଡିଥିଲା । ଅଧିକ ପଢନ୍ତୁ

ସ୍ବତନ୍ତ୍ର ବସରେ ବ୍ରହ୍ମପୁର ଫେରିଲେ ସମସ୍ତ ବିଦ୍ୟାର୍ଥୀ

author img

By

Published : Jul 5, 2023, 7:42 PM IST

ସ୍ବତନ୍ତ୍ର ବସରେ ବ୍ରହ୍ମପୁର ଫେରିଲେ ସମସ୍ତ ବିଦ୍ୟାର୍ଥୀ

ବ୍ରହ୍ମପୁର: ବୁର୍ଲା ମେଡିକାଲ କଲେଜରେ ଏମକେସିଜି ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣା ପରେ ସ୍ବତନ୍ତ୍ର ବସ ଯୋଗେ ବ୍ରହ୍ମପୁରକୁ ଫେରିଛନ୍ତି ସମସ୍ତ ବିଦ୍ୟାର୍ଥୀ । "ଏପରି ଏକ ଘଟଣା ହେବ ବୋଲି ଆମେ କେବେ ଭାବିନଥିଲୁ" ବୋଲି ବ୍ରହ୍ମପୁରକୁ ଫେରିବା ସମୟରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାର୍ଥୀ । ହଠାତ୍ ଏପରି ଧସ୍ତାଧସ୍ତି ହୋଇଗଲା । ସେମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ବିଦ୍ୟାର୍ଥୀଙ୍କ ଉପରକୁ ଗ୍ୟାସ ଛାଡ଼ିବା ଯୋଗୁଁ ବିଦ୍ୟାର୍ଥୀମାନେ ଅଣନିଃଶ୍ବାସୀ ହୋଇଗଲେ। ଯାହାକି ଏପରି ଘଟଣା ପରେ ଫେରିକି ଆସିଯାଇଥିବା କୁହାଯାଇଛି ।

ସୂଚନା ଅନୁସାରେ, ବ୍ରହ୍ମପୁର ଏମକେସିଜି କଲେଜର ୫୦ ଜଣ ବିଦ୍ୟାର୍ଥୀ ଟ୍ରେନ ଯୋଗେ ସମ୍ବଲପୁରରେ ପହଞ୍ଚିଥିଲେ। ସକାଳ ସମୟରେ ସେଠାରେ ପହଞ୍ଚିବା ପରେ ଷ୍ଟେସନରେ ପ୍ରାୟ ଦୁଇ ଘଣ୍ଟା ଧରି ଅପେକ୍ଷା କରିବା ପରେ ବୁର୍ଲା ମେଡିକାଲ କଲେଜରେ ପହଞ୍ଚିଥିଲେ। କୌଣସି ଏକ ଘଟଣାକୁ ନେଇ ଉଭୟ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଏମକେସିଜି ମେଡିକାଲର ଆଥଲେଟିକ୍ ଟିମ୍ ଫେରି ଆସିଥିବା ଜଣାପଡିଛି। ତେବେ ଭୀମସାର ଓ ବ୍ରହ୍ମପୁର ଏମକେସିଜି ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ଭୀତଦମସାର ନିର୍ଦ୍ଦେଶକ, ଡିନ ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ସେପଟେ ଘଟଣା ପରେ ବିଦ୍ୟାର୍ଥୀମାନେ ଫେରିକି ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ଏମକେସିଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବସ୍ ପଠାଯାଇଥିବାବେଳେ ଆଜି ସେମାନେ ଫେରିକି ଆସିଛନ୍ତି ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର। ମଙ୍ଗଳବାର ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧ୍ୟକ୍ଷ। ତେବେ ଗଣ୍ଡଗୋଳରେ କିଛି ବିଦ୍ୟାର୍ଥୀ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ଏହାକୁ ନେଇ ଏମକେସିଜି ମେଡିକାଲର ଅଧ୍ୟକ୍ଷ ବୁର୍ଲା ଭିମସାର ମେଡିକାଲର ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଚର୍ଚ୍ଚାରେ ଜେଲରଙ୍କ ଉତ୍ପାତ ଭିଡିଓ, ନିଲମ୍ବନ ସହ କୋରାପୁଟ ସର୍କଲ ଜେଲ୍‌କୁ ବଦଳି

ତେବେ ବୁର୍ଲା ଭୀମସାର ମେଡିକାଲ କଲେଜର ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲ ବିଦ୍ୟାର୍ଥୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେଠାରେ ଆୟୋଜିତ ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ 'ଇଉଫୋରିଆ 'କାର୍ଯ୍ୟକ୍ରମକୁ ଏମକେସିଜିର ୫୦ ଜଣ ବିଦ୍ୟାର୍ଥୀ ଯୋଗ ଦେବାକୁ ଯାଇଥିବାବେଳେ କୌଣସି କାରଣକୁ କେନ୍ଦ୍ର କରି ବୁର୍ଲା ଭୀମସାର ମେଡିକାଲ କଲେଜରେ ବିଦ୍ୟାର୍ଥୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏପରିକି ବସ ଭାଙ୍ଗିବା ସହ ପଥର ମାଡ଼ କରିଥିବା ଦେଖିବାକୁ ମିଳିଥିଲା । ବସରେ ରହିଥିବା ଅଗ୍ନି ନିର୍ବାପକ ଯନ୍ତ୍ର ବାହାର କରି ମାଡ ମାରିଥିବାବେଳେ ଏହି ଘଟଣାରେ ୯ ଜଣ ବିଦ୍ୟାର୍ଥୀ ଆହତ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.