ETV Bharat / state

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ମେଳା, ପ୍ରଦାନ କରାଗଲା ୩୫ କୋଟି - ଗଞ୍ଜାମ ଜିଲ୍ଲା ପ୍ରଶାସନ

ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ସ୍ଥାନୀୟ ବାଲାଜୀ ବିଦ୍ୟାପୀଠ ଖେଳପଡିଆ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ମେଳା ଆୟୋଜିତ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଗଲା ୩୫ କୋଟି ଋଣ । ଅଧିକ ପଢନ୍ତୁ

୧୩୧୩ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଗଲା ୩୫ କୋଟି ଋଣ

author img

By

Published : Nov 26, 2022, 1:09 PM IST

ବ୍ରହ୍ମପୁର: ଚଳିତ ଆର୍ଥିକ ବର୍ଷରେ ୧୩୧୩ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଗଲା ୩୫ କୋଟି ଋଣ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ସ୍ଥାନୀୟ ବାଲାଜୀ ବିଦ୍ୟାପୀଠ ଖେଳପଡିଆ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏଭଳି ଋଣ ମେଳାର ଅୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ରମ ଯୋଗ ଦେଇ ମହିଳାଙ୍କୁ ସ୍ୱାବଲମ୍ବୀ କରିବା, ଆର୍ଥିକ ସହାୟତା ଓ ବିନା ସୁଧରେ ଋଣ ଯୋଗାଇ ଦେବା ଏଵଂ ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ବିଭିନ୍ନ ଯୋଜନା କିପରି ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ।

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଗଲା ୩୫ କୋଟି ଋଣ

ଏଥିସହ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ୱାସନ୍, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଉଷାରାଣୀଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଏହି ଋଣ ମେଳାରେ ଯୋଗ ଦେଇଥିଲେ ।

ତେବେ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଆର୍ଥିକ ସ୍ତରରେ ଆତ୍ମନିର୍ଭରଶୀଳ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଊର୍ଦ୍ଧ୍ବ ସ୍ୱୟଂ ସହାୟିକା ଗୋଷ୍ଠୀ ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କ ଦ୍ୱାରା ଋଣ ନେଇ ସ୍ୱାବଲମ୍ବୀ ହେଉଛନ୍ତି ମହିଳାମାନେ । ସେହିପରି ଏହି ମେଗା ଋଣ ମେଳାରେ ବ୍ଲକର ୭୬୭ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୨୧ କୋଟି ୧୯ ଲକ୍ଷ ୩୬ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ସେହିପରି ମଧୁବାବୁ ପେନସନ ଯୋଜନାରେ ୩୭୫ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ୯ ଲକ୍ଷ ୩୦ ହଜାର ପାଞ୍ଚ ଶହ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଚଳିତ ଆର୍ଥିକ ବର୍ଷରେ କେବଳ ରଙ୍ଗେଇଲୁଣ୍ଡା ବ୍ଲକରେ ୧୩୧୩ ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ୩୫ କୋଟି ୧୪ ଲକ୍ଷ ୧୯ ହଜାର ୩୪୨ ଟଙ୍କା ଋଣ ପ୍ରଦାନ କରାଯାଇଥିବା ଜଣାଯାଇଛି ।

ତେବେ ମୁଖ୍ୟତଃ ମିଶନ ଶକ୍ତି ମହିଳା ମାନଙ୍କୁ ନୂତନ ପରିଚୟ ଦେଇଥିବା ବେଳେ ଋଣ ଗ୍ରହଣ କରି ସମସ୍ତେ ନିଜର ଭଲ ବ୍ୟବସାୟ କରନ୍ତୁ ଏବଂ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ସୃଦୃଢ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ମିଶନ ଶକ୍ତି ମହିଳାମାନେ ଯେଉଁ ସବୁ ଜିନିଷ ପ୍ରସ୍ତୁତ କରୁଛନ୍ତି ସେ ଆଚାର ପାମ୍ପଡ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ତ ଶିଳ୍ପ ବର୍ତ୍ତମାନ ରାଜ୍ୟ, ଦେଶ ତଥା ବିଦେଶରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମଞ୍ଚାସୀନ ବ୍ୟକ୍ତିବିଶେଷ ମାନେ ମତବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.