ETV Bharat / state

ଚିକିତ୍ସା ଅବହେଳାରୁ ନାବାଳକର ମୃତ୍ୟୁ ଅଭିଯୋଗ, MKCGରେ ଉତ୍ତେଜନା - tension erupts in MKCG

ବ୍ରହ୍ମପୁର ଏମକେସିଜି ମେଡିକାଲରେ ୧୨ ବର୍ଷର ନାବାଳକର ମୃତ୍ୟୁ ପରେ ଉତ୍ତେଜନା(tension erupts in MKCG) । MKCGରେ ଚିକିତ୍ସା ଅବହେଳା ଅଭିଯୋଗ । ଅଧିକ ପଢନ୍ତୁ

allegations-of-death-of-baby-boy-due-to-medical-negligence-in-berhampur-mkcg
ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ, MKCGରେ ଉତ୍ତେଜନା
author img

By

Published : Aug 21, 2022, 9:24 PM IST

Updated : Aug 22, 2022, 10:41 AM IST

ବ୍ରହ୍ମପୁର: ଚିକିତ୍ସା ଅବହେଳାରୁ ନାବାଳକର ମୃତ୍ୟୁ ଅଭିଯୋଗ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଉତ୍ତେଜନା(tension erupts in MKCG) । ମେଡିକାଲରେ ବରିଷ୍ଠ ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏବଂ ପରିବାରଲୋକେ ।

ଗଞ୍ଜାମ ଜିଲ୍ଲାର ଆଜ୍ଜିପଲ୍ଲୀ ମେରାଇନ୍ ଥାନା ଅନ୍ତର୍ଗତ ବଡ଼ ଆଜ୍ଜିପଲ୍ଲୀ ଗ୍ରାମରେ ଜଣେ ୧୨ ବର୍ଷର ନାବାଳକକୁ କଳା ଝାଡ଼ା ହେଉଥିବା ନେଇ ପରିବାରବର୍ଗ ଛତ୍ରପୁରସ୍ଥିତ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ମେଡିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ।

MKCGରେ ଉତ୍ତେଜନା

ପରିବାରଲୋକ ଅଭିଯୋଗ କରିଛନ୍ତି, "ଶନିବାର ରାତିରେ ଶିଶୁଟିକୁ ମେଡିକାଲରେ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲା । ରବିବାର ଜଣେ ଡାକ୍ତର ଆସି ନାବାଳକ ପାଟିରେ ଏକ ପାଇପ୍ ଦେବା ପରେ ସେ ହଠାତ୍ ଗୁରୁତର ହୋଇପଡିଥିଲା । ତୁରନ୍ତ ସେହି ପାଇପକୁ ବାହାର କରିବାକୁ କହିବାପରେ ଡାକ୍ତର ଜଣକ ନଶୁଣି ଓଲଟା ପ୍ରଶ୍ନ କରିଥିଲେ ।ତୁମେ ଡାକ୍ତର ନାଁ ମୁଁ ଡାକ୍ତର ବୋଲି ପ୍ରଶ୍ନ କରିଥିଲେ ।"

ଏହି ଘଟଣାରେ ମୃତ ନାବାଳକଙ୍କ ପରିବାରବର୍ଗ ଦାୟିତ୍ଵରେ ରହିଥିବା ଡାକ୍ତରଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ଅଭିଯୋଗ ଆଣିଛନ୍ତି । ଚିକିତ୍ସା କରୁଥିବା ଡାକ୍ତର ଜଣକ ତାଙ୍କ ବରିଷ୍ଠ ଡାକ୍ତରଙ୍କୁ ଫୋନ୍‌ କରି ଚିକିତ୍ସା କରୁଥିବା ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 22, 2022, 10:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.