ETV Bharat / state

ଦାଦନ ଦୁଃଖ: ଠକିଦେଲା ଠିକାଦାର, ଚାଲି ଚାଲି ଘରକୁ ଫେରୁଛନ୍ତି ଶ୍ରମିକ - ganjam district news

ପୁଣି ଖାଲି ପାଦରେ ଚାଲିଲେ ଦାଦନ ଶ୍ରମିକ । ଭଞ୍ଜନଗରରେ ଦେଖିବାକୁ ମିଳିଛି ଦାଦନ ଦୁଃଖ । ଠିକାଦାର ଦ୍ବାରା ନିର୍ଯାତିତ ହୋଇ ଚାଲି ଚାଲି ଘରକୁ ଫେରୁଛନ୍ତି ଶ୍ରମିକ । ଅଧିକ ପଢନ୍ତୁ..

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଖଃ, ଠିକାଦାରର ନିର୍ଯାତନାର ଶିକାର ହୋଇ ଚାଲି ଚାଲି ଫେରୁଛନ୍ତି ଘରକୁ

author img

By

Published : Jun 9, 2021, 9:18 PM IST

ଭଞ୍ଜନଗର: କୋରୋନା ମହାମାରୀର ଦ୍ଵିତୀୟ ଲହରରେ ରାଜ୍ୟରେ ତାଲାବନ୍ଦ ଥିବାବେଳେ ଦାଦନ ଶ୍ରମିକମାନେ କାମଧନ୍ଦା ନ ପାଇ ଘର ବାହୁଡା ହେଉଥିବା ଦେଖିବାର କରୁଣ ଚିତ୍ର ଦେଖିବାକୁ ମିଳିଛି । ଆଜି ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରୁ । 7 ଜଣ ଦାଦନ ଶ୍ରମିକ ଉଦୁଉଦିଆ ଖରାରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି ।

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଖଃ, ଠିକାଦାରର ନିର୍ଯାତନାର ଶିକାର ହୋଇ ଚାଲି ଚାଲି ଫେରୁଛନ୍ତି ଘରକୁ

ଖବର ପାଇ ଗାଙ୍ଗପୁର ସରପଞ୍ଚ ସେମାନଙ୍କୁ ଅଟକାଇ ସେମାନଙ୍କ ଠିକଣା ପଚାରି ବୁଝିବା ପରେ ଜାଣିବାକୁ ପାଇଥିଲେ ସେମାନେ ବାହାର ଜିଲ୍ଲାର । ସେମାନଙ୍କ ମଧ୍ୟରୁ 5ଜଣ କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳର ହୋଇଥିବାବେଳେ ଜଣେ ଶ୍ରମିକ ନୟାଗଡ଼ ଖଣ୍ଡପଡା ଥାନା ଓ ଅନ୍ୟ ଜଣେ କନ୍ଧମାଳ ବାଲିଗୁଡା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜିକୁ 2 ମାସ ପୂର୍ବରୁ ଜଣେ ଠିକାଦାର ଏହି ଶ୍ରମିକମାନଙ୍କୁ ଆଣି ଦିଗପହଣ୍ଡି ଅଞ୍ଚଳରେ ଏକ ବ୍ରିଜ କାମରେ ନିୟୋଜିତ କରିଥିଲେ । ହେଲେ ଆଜି ଭୋରରୁ ସମ୍ପୃକ୍ତ ଠିକାଦାର ଛାଡ଼ିଦେଇ ହଠାତ କେଉଁ ଆଡେ ଚାଲିଗଲା । 2 ମାସର ମଜୁରୀ ଟଙ୍କା ନଦେଇ ସେଠାରୁ ତଡି ଦେଇଛି ଠିକାଦାର । କିଛି ଉପାୟ ନପାଇ ସେମାନେ ବାଧ୍ୟ ହୋଇ ଚାଲି ଆସିଲେ ଗ୍ରାମ ଅଭିମୁଖେ । 60 କିଲୋମିଟର ପାଦରେ ଚାଲି ଚାଲି ଆସିବାପରେ ଗାଙ୍ଗପୁର ସରପଞ୍ଚ ସେମାନଙ୍କୁ ଅଟକାଇ ଖାଦ୍ୟ ପାନୀୟର ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଛି । ଶେଷରେ ପ୍ରଶାସନ ଦାଦନ ଶ୍ରମିକଙ୍କୁ ଗାଡି କରି ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.