ETV Bharat / state

ସହାୟତା ମାଗୁଛି ଶିକୁଳି ହାତ

17 ବର୍ଷର ରୋଗ । 3 ବର୍ଷର ଶିକୁଳି ଜୀବନ । ହେଲେ ଯେଉଁଠି ଦୁଇମୁଠା ଆହାର ଯୋଗାଡ କରିବା ପାଇଁ ସଙ୍ଘର୍ଷ କରିବାକୁ ପଡେ, ସେଠି ପୁଅର ରୋଗ ଭଲ କରିବା କାଠିକାର ପାଠ ନିଶ୍ଚୟ । ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ଉରବାନ ବଳିଆର ସିଂଙ୍କ ପରିବାର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jun 27, 2019, 12:11 AM IST

ଭଞ୍ଜନଗର: ତିନିବର୍ଷର ଶିକୁଳି ଜୀବନ । 17 ବର୍ଷରୁ ମାନସିକ ବିକାରଗ୍ରସ୍ତ ଅବସ୍ଥା । ନାଁ ,ରଥ ବଳିଆର ସିଂ । ଘର ଗଞ୍ଜାମ ସୋରଡା ବ୍ଲକ ବାଲିନାଳ । ଉରବାନ ବଳିଆର ସିଂଙ୍କ ବଡପୁଅ। ସବୁଜ ଶ୍ୟାମଳ ଗାଁରେ ହାତରେ ଶିକୁଳି ଲଗାଇ ବୁଲୁଥାନ୍ତି ଏହି ମାନସିକ ରୋଗୀ ଜଣକ । ପୁଅକୁ ଭଲ କରିବା ପାଇଁ ବାପା ମା ଆର୍ଥିକ ସମସ୍ୟା ସତ୍ତ୍ବେ କେତେ କ’ଣ କରିଛନ୍ତି । ହେଲେ ସବୁଆଡୁ ହେବାକୁ ପଡିଛି ନିରାଶ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସ୍ତ୍ରୀ, ଦୁଇ ପୁଅ ଓ ଝିଅକୁ ନେଇ ଉରବାନ ବଳିଆର ସିଂଙ୍କ ସଂସାର । ହେଲେ ଠିକ 17 ବର୍ଷ ପୂର୍ବ ଉରବାନଙ୍କ ବଡପୁଅ ଓ ଝିଅ ମାନସିକ ବିକୃତ ହୁଅନ୍ତି । ପରେ ଗୁଜୁରାଟର ଏକ ଆଶ୍ରମରେ ଚିକିତ୍ସିତ ହୁଏ ଝିଅ, କିନ୍ତୁ ଏବେ ତାର ଖୋଜ ଖବର ନାହିଁ । ଏପଟେ ଅନ୍ୟଲୋକଙ୍କୁ ମାରପିଟ କରୁଥିବାରୁ 3 ବର୍ଷ ହେଲା ବଡପୁଅ ହାତରେ ପଡିଛି ବେଡି । ଉତ୍ତମ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ବି ନାହିଁ ।

ଗାଁର ଏଇ ସାଧାସିଧା ଗରିବ ବ୍ୟକ୍ତି ଉରବାନ ଏହା ମଧ୍ୟ ଜାଣି ନାହାଁନ୍ତି ଯେ ପୁଅକୁ ଶିକୁଳିରେ ବାନ୍ଧି ସେ ତାର ମାନବାଧିକାର ଉଲଙ୍ଘନ କରୁଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟଠାରୁ ଅନେକ ଦୂରରେ ଥିବା ଏ ଗାଁର ଉରବାନ ପରିବାର ପାଇଁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ପାଇଁ ସଂଘର୍ଷ କରୁଛନ୍ତି । ଆର୍ଥିକ ଅନଟନ, ଦାରୁଣ ରୋଗ ଉଜାଡି ଦେଇଛି ତାଙ୍କ ସଂସାର। ପେଟ ପାଇଁ ସଙ୍ଘର୍ଷ କରୁଥିବା ଏଇ ମଣିଷ ପାଖରେ ରୋଗ ଉପଶମ ପାଇଁ ଅର୍ଥ ନାହିଁ । ସରକାରୀ ସାହାୟତା ଅପେକ୍ଷାରେ ବିତୁଛି ପ୍ରତିଟି ମୂହୁର୍ତ୍ତ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦିନକୁ ଦିନ ତଳକୁ ଖସୁଛି ଓଡିଶା । ସରକାର ଯେତେ ଡିଣ୍ଡିମ ପିଟିଲେ ସ୍ବାସ୍ଥ୍ୟ ସଂପର୍କୀତ ରିପୋର୍ଟ ସରକାରଙ୍କ ଏଭଳି ସତକୁ କଖୁଲାସା କରିଛି । ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାଇ ଗତବର୍ଷ ତୁଳନାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ଗୋଟିଏ ପାଦ ତଳକୁ ଖସିଛି ।୨୧ଟି ବଡ ରାଜ୍ୟ ଭିତରୁ ଓଡିଶା ୨୦୧୮ରେ ୧୮ ତମ ସ୍ଥାନରେ ଥିବାବେଳେ ଏବର୍ଷ ୧୯ ତମ ସ୍ଥାନକୁ ଖସିଆସିଛି । ଏହାର ପ୍ରମ୍ମୁଖ କାରଣ ଟୀକାରଣରେ ସରକାରୀ ବିଫଳତା । ଟିବି ଚିତ୍ସା କ୍ଷେତ୍ରରେ ମଧ୍ୟ ଓଡିଶାକୁ ସଫଳତା ମିଳିନାହିଁ ।ସ୍ବସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହେବା ପ୍ରସଙ୍ଗକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଣି ବିରୋଧୀ ଘେରିଛନ୍ତି ସରକାରଙ୍କୁ । ରାଜ୍ୟରେ କିଭଳି ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବଠାରୁ ଆରମ୍ଭ କରି ନ୍ମ୍ନ ମାନର ସରକାରୀ ଔଷଧ ଯୋଗାଇ ଦିଆଯାଉଛି ତାହା ଲମ୍ବା ତାଲିକା ଦେଇଛନ୍ତି । ସେହି ଭଳି ଘରୋଇ ମେଡିକାଲ ଗୁଡିକ କିଭଳି ସବୁ ନିୟମ କାନୁନକୁ ଦଳି ଦେଇ ରୋଗୀଙ୍କୁ ଶୋଷଣ କରୁଛନ୍ତି ତାହା ଉପରେ ତଥ୍ୟ ପ୍ରମାଣ ବି ନୂଆ କରି ସ୍ବାସ୍ଥ୍ୟ ବିଭାଗ ଦାୟୀତ୍ବ ନେଇଥିବା ମନ୍ତ୍ରୀଙ୍କୁ ଦେଇଛନ୍ତି ବିରୋଧୀ ।
ବାଇଟ- ବିଷ୍ଣୁ ସେଠୀ, ବିଜେପି ବିଧାୟକ
ବାଇଟ- ସନ୍ତୋଷ ସିଂହ ସାଲୁଜା, କଂଗ୍ରେସ ବିଧାୟକ
Body: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର ଜାତୀୟ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ଓଡିଶାର ୯୧ ପ୍ରତିଶତ ଲୋକ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ । ଶୁଶୁ ଓ ମାତୃ ମୃତ୍ୟୁ ହାର କମାଇବାରେ ଓଡିଶା ସାରା ଦେଶରେ ରେକଡ ସୃଷ୍ଟି କରିଛି । ସ୍ବାସ୍ଥ୍ୟ ସେବାରେ ସରକାର ପ୍ରତିବର୍ଷ ଅଧିକରୁ ଅଧିକ ବ୍ୟୟ ବରାଦ କରି କିଭଳି ସମସ୍ତଙ୍କ ପାଖରେ ସ୍ବାସ୍ଥ୍ୟ ସୁବିଧା ପହଁଚିବ ତା ଉପରେ ଗୁରୁତ୍ବ ଦେଇଛନ୍ତି । ଏବେ ସ୍ବାସ୍ଥ୍ୟ ବିଭାଗ ବଜେଟ ୭ ହଜାର କୋଟି ଛୁଇଁଛି । ସେହିଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରର ସାଢେ ତିନିକୋଟି ଲୋକଙ୍କୁ ସାମିଲ କରାଯାଇଛି । ଏକ ସୁସ୍ଥ୍ୟ ଓଡିଶା ଓ ସୁଖୀ ଓଡିଶା ଗଠନ ସହ ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ୋଗାଇବା ଲାଗି ସରକାର ଯେଉଁ ମିଶନ ନେଇଛନ୍ତି ତାହା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିଛି ।
ବାଇଟ- ନବ ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ
Conclusion: ମନ୍ତ୍ରୀଙ୍କ ଏଭଳି ଉତ୍ତର ଅସନ୍ତୁଷ୍ଟ ହୋଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ କକ୍ଷ ତ୍ୟାଗ କରିଥିଲେ ।
ଭୁବନେଶ୍ୱର ଜ୍ଞାନଦର୍ଶୀ ସାହୁ ଓ ଅଜିତ ଦାସ, ଈଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.