ETV Bharat / state

ଦେଶ ବିଦେଶ ମୁଦ୍ରା ସଂଗ୍ରହ ନିଶାରେ ବାଲାଜୀ, ଘରେ ତିଆରି କରିଛନ୍ତି ମୁଦ୍ରା ମ୍ୟୁଜିୟମ

author img

By

Published : Feb 26, 2023, 3:40 PM IST

ନୂଆ ପୁରୁଣା ଜିନିଷ ସାଇତି ରଖିବା ଅନେକଙ୍କ ନିଶା ଥାଏ । ସେହିପରି ଦେଶ ବିଦେଶ ମୁଦ୍ରା ସାଇତି ରଖିବା ନିଶାରେ ନିଜକୁ ହଜାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ପି.ବାଲାଜୀ ସୁବୁଦ୍ଧି । ଅଧିକ ପଢନ୍ତୁ

p balaji subudhi collecting currency
ଦେଶ ବିଦେଶର ମୁଦ୍ରା ସଂଗ୍ରହ କରୁଛନ୍ତି ବାଲାଜୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ପି.ବାଲାଜୀ ସୁବୁଦ୍ଧି । ପେଶାରେ ଜଣେ ବ୍ୟବସାୟୀ ମାତ୍ର ନିଶା ତାଙ୍କର ମୁଦ୍ରା ସଂଗ୍ରହ କରିବା । ଦେଶ ବିଦେଶର ଚଳନ୍ତି ଓ ଅଚଳ ମୁଦ୍ରା ସଂଗ୍ରହ କରି ନିଆରା ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି ପି.ବାଲାଜୀ ସୁବୁଦ୍ଧି । ବିଭିନ୍ନ ଦେଶର କଏନ ନୋଟ ସଂଗ୍ରହ କରି ଘରେ ଏକ ସଂଗ୍ରହାଳୟ ତିଆରି କରିଛନ୍ତି । ଏହି ନିଆରା ମୁଦ୍ରା ସଂଗ୍ରହ ନିଶାରେ ଆଗକୁ ଲିମକା ବୁକ ଅଫ ରେକର୍ଡରେ ନାଁ କରିବାକୁ ଟାର୍ଗେଟ ରଖିଛନ୍ତି ।

୨୫ ବର୍ଷ ଧରି ବିଭିନ୍ନ ଦେଶର କଏନ ଓ ନୋଟକୁ ସଂଗ୍ରହ କରିବାରେ ବାଲାଜୀଙ୍କ ସ୍ବତନ୍ତ୍ର ରୁଚି ରହିଛି । ପେଶାରେ ଜଣେ ବ୍ୟବସାୟୀ ହୋଇଥିବା ବେଳେ ନିଶା ତାଙ୍କର ଦେଶର ମୁଦ୍ରା ସଂଗ୍ରହ କରିବା । ଯାହାକୁ ନେଇ ସେ ୧୨୦ ଗୋଟି ଦେଶର ୮୦ ଗୋଟି ନୋଟ୍ ଏବଂ ୧୫୦୦ ଊର୍ଦ୍ଧ୍ବ କଏନ୍ ସଂଗ୍ରହ କରି ସାରିଲେଣି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ପି.ବାଲାଜୀ ସୁବୁଦ୍ଧି ଏପରି ନିଜ ଘରେ ଦେଶ ଓ ବିଦେଶର ପୁରାତନ ମୁଦ୍ରା ସଂଗ୍ରହ କରି ରଖିଛନ୍ତି ଆଗାମୀ ଦିନରେ ଅଧିକା ମୁଦ୍ରା ସଂଗ୍ରହ କରି ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନୀତ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

୨୫ ବର୍ଷ ତଳେ ଦୁବାଇ ଯାଇ ଫେରିଥିବା ତାଙ୍କ ବଡଭାଇଙ୍କ ପାଖରୁ ସେଠାକାର ଗୋଟିଏ କଏନ ଏବଂ ନୋଟ ପାଇଥିଲେ । ସେବୁଠୁ ଏହାକୁ ସଂଗ୍ରହ କରିବା ନେଇ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ନିଷ୍ପତ୍ତି ନେଇଥିଲେ ବିଭିନ୍ନ ଦେଶର ମୁଦ୍ରାକୁ ସଂଗ୍ରହ କରି ଘରେ ସଂଗ୍ରହାଳୟ ତିଆରି କରିବ । ଯାହାକୁ ନେଇ ଇତି ମଧ୍ୟରେ ଭାରତ ସମେତ ପାକିସ୍ତାନ, ଇଣ୍ଡୋନେସିଆ, ରୁଷ୍, ସିଙ୍ଗାପୁର, ଶ୍ରୀଲଙ୍କା, ସିରିଆ, ୟୁକ୍ରେନ, ଚିନ୍, ଆଫଗାନିସ୍ତାନ, ଆଫ୍ରିକା, ବୁରୁଣ୍ଡି, ଲିବିଆ, ଋଷିଆ, ଜାପାନ ଭଳି ୧୨୦ ଗୋଟି ଦେଶର ୮୦ ଗୋଟି ନୋଟ୍ ଏବଂ ୧୫୦୦ଊର୍ଦ୍ଧ୍ବ କଏନକୁ ସଂଗ୍ରହ କରି ସାରିଲେଣି ।

ବାଲାଜୀ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଏପରି ଦେଶ ଓ ବିଦେଶର ମୁଦ୍ରାକୁ ସଂଗ୍ରହ କରି ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର କେହି ବନ୍ଧୁ ବିଦେଶ ଗଲେ ସେ ଉପହାର ବାବଦରେ ସେହି ଦେଶର ମୁଦ୍ରା ଆଣିବାକୁ କହିଥାନ୍ତି । ପୂର୍ବରୁ ଜଣେ ବ୍ୟକ୍ତି ୧୭୨ ଗୋଟି ଦେଶର ମୁଦ୍ରା ଓ ନୋଟ୍ ସଂଗ୍ରହ କରିବାର ରହିଥିବା ରେକର୍ଡକୁ ଭାଙ୍ଗି ନୂତନ ରେକର୍ଡରେ ସୃଷ୍ଟି କରିବେ ବୋଲି କହିଛନ୍ତି ବାଲାଜୀ । ଏପରିକି ଆମ ଦେଶର ପ୍ରଚଳିତ ହେଉଥିବା ୧ ଅଣା, ୨ ଅଣା ଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଦ୍ଵାରା ଅଚଳ କରାଯାଇଥିବା ଟଙ୍କାକୁ ମଧ୍ୟ ସାଇତି ରଖିଛନ୍ତି । ବାଲାଜୀଙ୍କ ଏଭଳି କାର୍ଯ୍ୟକୁ ନେଇ ପରିବାର ବର୍ଗ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ବ୍ରହ୍ମପୁର ପ୍ରେମ ନଗର ଅଞ୍ଚଳରେ ରହୁଥିବା ବାଲାଜୀଙ୍କ ପରିବାର ମଧ୍ୟ ଏଥିପାଇଁ ତାଙ୍କୁ ଅନେକ ସହଯୋଗ କରୁଥିବା କହିଛନ୍ତି ବାଲାଜୀ । ବିଭିନ୍ନ ଦେଶର ପୁରାତନ ମୁଦ୍ରାକୁ ସଂଗ୍ରହ କରିବା ଏ ନିଶା ଆଗାମୀ ଭବିଷ୍ୟତ ପାଇଁ ପ୍ରେରଣା ସାଜିବ। କେବଳ ମୁଦ୍ରା ସାଇତିବା ନୁହେଁ ଚାଉଳରେ ନାମ ଲେଖିବା ଭଳି କଳାକୃତି ମଧ୍ୟ ରହିଛି ବାଲାଜୀଙ୍କ ପାଖରେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.