ETV Bharat / state

ବିବାହିତା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ - ତଣ୍ଟି ଚିପି ହତ୍ୟା ଅଭିଯୋଗ

ଗଞ୍ଜାମ ଜିଲ୍ଲା ସୋରିସବିଲ୍ଲୀ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିବାହିତା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ

author img

By

Published : Apr 1, 2021, 10:27 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ସୋରିସବିଲ୍ଲୀ ଗ୍ରାମରେ ବିବାହିତ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ସୋରଡା ପୋଲିସ ପହଞ୍ଚି ସ୍ବାମୀ ଧର୍ମେନ୍ଦ୍ରଙ୍କୁ ଅଟକ ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ବିବାହିତା ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ

ମୃତକ ଜଣକ ହେଉଛନ୍ତି ବଡଗଡ ଗ୍ରାମର ହିନ ସ୍ଵାଇଁଙ୍କ ଝିଅ ରିଙ୍କି ସ୍ଵାଇଁ । ତେବେ ସୋରିସବିଲ୍ଲୀ ଗ୍ରାମର ଜୟରାମ ସ୍ଵାଇଁଙ୍କ ପୁଅ ଧର୍ମେନ୍ଦ୍ର ସ୍ଵାଇଁଙ୍କୁ ଯୌତୁକ ଦେଇ ଦୁଇ ବର୍ଷ ତଳେ ମୃତ ମହିଳା ରିଙ୍କିଙ୍କ ବିବାହ ହୋଇଥିଲେ । ସ୍ଵାମୀ ଅଧିକାଂଶ ସମୟରେ ମଦ୍ୟପାନ କରି ମହିଳାଙ୍କୁ ପିଟୁଥିଲେ । ବୁଧବାର ଧର୍ମେନ୍ଦ୍ର ନାଟକ ଦେଖିବା ପାଇଁ ଶ୍ବଶୁର ଘର ଲୋକଙ୍କୁ ଫୋନ ଯୋଗେ ନିମନ୍ତ୍ରଣ କରିଥିଲେ । କିନ୍ତୁ ରାତି ପ୍ରାୟ 12ଟା ସମୟରେ ପୁଣି ଫୋନ କରି ରିଙ୍କିଙ୍କ ମୃତ୍ୟୁ ହୋଇଯାଇଥିବା ସମ୍ପର୍କରେ ସେମାନଙ୍କୁ ସୂଚନା ଦେଇଥିଲେ ।

ତେବେ ରିଙ୍କିଙ୍କ ବାପଘର ଲୋକେ ଗ୍ରାମକୁ ଆସିବା ପରେ ପ୍ରକୃତରେ ମହିଳାଙ୍କ ମୃତ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ସଙ୍ଗେ ସଙ୍ଗେ ସୋରଡା ଥାନାରେ ମହିଳାଙ୍କ ପରିବାର ଲୋକେ ଖବର ଦେଇଥିଲେ । ସୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ଧର୍ମେନ୍ଦ୍ରକୁ ଅଟକ ରଖିବା ସହିତ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ତେବେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି ପୋଲିସ କହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.