ବ୍ରହ୍ମପୁର: କଥାରେ ଅଛି ଦୃଢ ମନୋବଳ ଆଗରେ ସବୁ ସମସ୍ୟା ତୁଚ୍ଛ । ଗଞ୍ଜାମ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଏକ କୋଭିଡ ମେଡିକାଲରେ ଜଣେ କୋରୋନା ରୋଗୀ ନିଜ ବେଡ୍ ଉପରେ ଚାଟାର୍ଡ ଆକାଉଣ୍ଟାଣ୍ଟ (CA) ପରୀକ୍ଷା ନେଇ ପଢୁଥିବାର ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋଭିଡ ମେଡିକାଲ ପରିଦର୍ଶନ କରିବାକୁ ଯାଇଥିବା ବେଳେ ସେ ଏହି ଦୃଶ୍ୟ ଦେଖିଥିଲେ । ଏହାପରେ ସେ ଏହି ଦୃଶ୍ୟର ଏକ ଫଟୋ ଉଠାଇ ଟ୍ବିଟ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ସଫଳତା କେବେ ଅକସ୍ମାତ ନୁହେଁ, ତୁମର ସମର୍ପଣ ଦରକାର । ତୁମର ସମର୍ପଣ ଭାବ ତୁମର ଯନ୍ତ୍ରଣା ଭୁଲିଯାଏ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ