ETV Bharat / state

ପୋଲକୁ ଧକ୍କା ଦେଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - bus accident

ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ନିକଟରେ ପୋଲକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ବସ । ସୌଭାଗ୍ୟବଶତଃ ଏକ ବଡ ଦୁର୍ଘଟଣାକୁ ଏଡାଇ ସମସ୍ତେ ଅଳ୍ପକେ ବର୍ତ୍ତୀ ଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ପୋଲକୁ ଧକ୍କା ଦେଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Jan 24, 2021, 11:20 AM IST

ବ୍ରହ୍ମପୁର: ବ୍ଲାକ ସ୍ପଟ ପାଲଟିଛି ଗଞ୍ଜାମର ତପ୍ତପାଣି ଘାଟି । ଗତ କିଛି ମାସ ମଧ୍ୟରେ ତତ୍ପପାଣି ଘାଟି ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜରି ରହିଥିବାବେଳେ ଆଜି ପୁଣି ସେମିତି ଏକ ଦୁର୍ଘଟଣା ଘଟିଛି । ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ନିକଟରେ ପୋଲକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ବସ । ଫଳରେ ବସଟି ପୋଲରେ ଝୁଲି ରହିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବସତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସର ସମସ୍ତ ଯାତ୍ରୀ ।

ପୋଲକୁ ଧକ୍କା ଦେଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମହାବୀର ନାମକ ଏହି ଘରୋଇ ବସ ଗଜପତି ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ବସଟି ରାସ୍ତା ପାର୍ଶ୍ବରେ ରହିଥିବା ଶଙ୍ଖକୁ ଧକ୍କା ଦେଇ ଗାଡିର କେବଳ ଗୋଟିଏ ଆଗ ଚକା କଲଭର୍ଟ ପାର୍ଶ୍ବକୁ ଯାଇ ଥିବାରୁ ସାମାନ୍ୟ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ଅଟକି ରହିଯାଇଛି । ଫଳରେ ଏକ ବଡ ଦୁର୍ଘଟଣାକୁ ଏଡାଇ ସମସ୍ତେ ଅଳ୍ପକେ ବର୍ତ୍ତୀ ଯାଇଥିବା କହାଯାଇଛି ।

ଏଥିରେ ଅନ୍ୟ କେହି ଆହତ ହୋଇନଥିବା ଜଣାପଡିଛି । ଗତ କିଛି ମାସ ମଧ୍ୟରେ ତତ୍ପପାଣି ଘାଟି ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜର ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.