ETV Bharat / state

ପରିକ୍ରମା ପ୍ରକଳ୍ପ ପାଇଁ ମା' ତାରାତାରିଣୀଙ୍କୁ ନିମନ୍ତ୍ରଣ

Srimandir Parikrama Project: ଜାନୁୟାରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀ ମନ୍ଦିର ସମେତ ପୋଲସରାର ମାରଦା ପୀଠ, ଚିକିଲିର ଜଗନ୍ନାଥ ମନ୍ଦିରକୁ କରାଯାଇଛି ନିମନ୍ତ୍ରଣ । ଅଧିକ ପଢନ୍ତୁ

ପରିକ୍ରମା ପ୍ରକଳ୍ପ ପାଇଁ ଗଞ୍ଜାମକୁ ଆସିଲା ନିମନ୍ତ୍ରଣ

author img

By ETV Bharat Odisha Team

Published : Dec 28, 2023, 8:33 AM IST

ପରିକ୍ରମା ପ୍ରକଳ୍ପ ପାଇଁ ଗଞ୍ଜାମକୁ ଆସିଲା ନିମନ୍ତ୍ରଣ

ବ୍ରହ୍ମପୁର: ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ରାଜ୍ୟରେ ଥିବା ଦେବାଦେବୀ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ବୁଧବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀ ମନ୍ଦିର ସମେତ ପୋଲସରାର ମାରଦା ପୀଠ, ଚିକିଲିର ଜଗନ୍ନାଥ ମନ୍ଦିର ଓ କବିସୂର୍ଯ୍ୟନଗରର ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଦୁଇଟି ମନ୍ଦିରର ପୂଜକ/ସେବାୟତମାନଙ୍କୁ ଲୋକାର୍ପଣ ଉତ୍ସବକୁ ଆମନ୍ତ୍ରିତ କରାଯାଉଛି । ଏହି ନିମନ୍ତ୍ରଣ ପତ୍ର ଦେବା ପାଇଁ ପୁରୀରୁ ଆସିଥିବା ସେବାୟତ ଓ ପୁରୀ ପ୍ରଶାସନର ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଜଗତର ନାଥ ଓଡ଼ିଆଙ୍କ ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାର ଭବ୍ୟ ଆୟୋଜନ ସକାଶେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ କରାଯାଇଛି । ଏହି ଉତ୍ସବରେ ରାଜ୍ୟ ସମେତ ଦେଶର ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ଯୋଗ ଦେବା ନିମନ୍ତେ ଆମନ୍ତ୍ରଣ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପକ୍ଷରୁ ଆସିଥିବା ପ୍ରତିନିଧି ଟିମରେ ପୁରୀର ସହକାରୀ ଶ୍ରମ ନିୟୋଜନ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ ଏବଂ ସୋମନାଥ ପ୍ରତିହାରୀ, ନାରାୟଣ ପ୍ରତିହାରୀ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ମାଁ ଭଣ୍ଡାର ଘରେନଙ୍କୁ ନିମନ୍ତ୍ରଣ

ପ୍ରତିଦିନ ଟିମ୍ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ମନ୍ଦିର ଟ୍ରଷ୍ଟି ବୋର୍ଡର ସଭାପତି ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମନ୍ଦିର ପ୍ରଶାସନିକ ଅଧିକାରୀ ଟି.କେ ରେଡ୍ଡି, ପୂଜକ କମିଟି ସଭାପତି ତପନ ରଣା, ପୂଜକ ବାପୁଜୀ ରଣାଙ୍କୁ ନିମନ୍ତ୍ରଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାଗତ ପାଇଁ ଶଙ୍ଖ, ହୁଳହୁଳି, ଯୋଡି ଶଙ୍ଖ, ସଂକୀର୍ତ୍ତନ ଦଳ ଉପସ୍ଥିତ ନିମନ୍ତ୍ରଣ ଦଳଙ୍କୁ ସ୍ବାଗତ କରିଥିଲେ । ଏହାପରେ ଟିମ୍ ପୋଲସରା ମାରଦା ମନ୍ଦିରକୁ ନିମନ୍ତ୍ରଣ ସକାଶେ ଗସ୍ତ କରିଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାକୁ ଆସିଥିବା ଅନ୍ୟ ଏକ ପ୍ରତିନିଧି ଦଳ ଚିକିଲି ସ୍ଥିତ ଲୀଳାକ୍ଷେତ୍ର କଳା ଠାକୁର ଏବଂ କବିସୂର୍ଯ୍ୟନଗର ଆଠଗତ ପାଟଣା ଜଗନ୍ନାଥ ମନ୍ଦିରକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ରବି ନାରାୟଣ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତି, ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.