ବ୍ରହ୍ମପୁର: ମାଆ କାଳୀଙ୍କ ପୂଜାକୁ ନେଇ ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର । ସହରର ଖୋଡାସିଙ୍ଗି ଠାରୁ ଆରମ୍ଭ କରି କୋର୍ଟପେଟା , ଆଙ୍କୁଲି ଛକ, ବ୍ରହ୍ମାନଗର , ଗେଟବଜାର ଛକ, ସାନବଜାର ଭଳି ସ୍ଥାନରେ ମାଆଙ୍କ ପୂଜା ଚାଲିଥିବା ବେଳେ ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ମାନେ । ସେପଟେ ମାଆଙ୍କୁ ଦର୍ଶନ କରିବାକୁ ପୂଜାମଣ୍ଡପରେ ଭିଡ ଜମୁଥିବାରୁ କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ସହକାରେ ଦର୍ଶନ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରିକି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର କୋର୍ଟପେଟା ପୂଜାମଣ୍ଡପରେ ମାଆଙ୍କ ପୂଜାର୍ଚ୍ଚନାକୁ ନେଇ ମଣ୍ଡପର କର୍ମକର୍ତ୍ତା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ