ETV Bharat / state

ଗଞ୍ଜାମରେ ଆସନ୍ତା 30 ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି, ଟ୍ରାଫିକ ବ୍ୟବସ୍ଥା କଡାକଡି

author img

By

Published : Jun 16, 2020, 2:01 PM IST

ଗଞ୍ଜାମ ଜିଲ୍ଲାରେ କୋରୋନା ମୁକାବିଲା ନେଇ ଆହୁରି ଶକ୍ତ ହୋଇଛି ପ୍ରଶାସନ । ଜିଲ୍ଲାରେ ଏବେ ସଟଡାଉନ ପରେ ପୁଣି ଆସନ୍ତା 30 ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି । ଅଧିକ ପଢନ୍ତୁ...

ଲକଡାଉନ ଅବଧି ବୃଦ୍ଧି ନେଇ ଭଞ୍ଜନଗରରେ ଟ୍ରାଫିକ ବ୍ୟବସ୍ଥା କଡାକଡି

ଗଞ୍ଜାମ: ଦିନକୁ ଦିନ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଏହାକୁ ପ୍ରତିହତ କରିବାପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଚେକିଂକୁ ଜୋରଦାର କରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନାମୁତାବକ, ଜିଲ୍ଲାରେ କୋରୋନା ମାମଲା ବୃଦ୍ଧିକୁ ନଜରରେ ରଖି ବଦଳିଲା ନିଷ୍ପତ୍ତି । ଚଳିତ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାରକୁ ପ୍ରଶାସନ ସଟଡାଉନ ଘୋଷଣା କରିଥିବାବେଳେ, ଜୁନ 15 ତାରିଖରୁ 30 ଜୁନ ପର୍ଯ୍ୟନ୍ତ ପୁଣି ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଆଉ ସବୁ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ 7ଟା ଠାରୁ ଦିନ 12ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଅନ୍ୟପଟେ ଅମାନିଆ ବାଇକ ଚାଳକମାନେ ବିନା କାରଣରେ ବୁଲୁଥିବାବେଳେ ଉପଜିଲ୍ଲାପାଳ, ପୋଲିସ, ତହସିଲଦାର ଓ ଏନଏସିର କର୍ମଚାରୀମାନେ ସହରର ସମସ୍ତ ମୁଖ୍ୟ ରାସ୍ତା ଗୁଡିକରେ ଜଗି ରହିଛନ୍ତି । ମାକ୍ସ ପିନ୍ଧିନଥିବା ବ୍ୟକ୍ତିଙ୍କୁ ସଚେତନ କରୁଥିବାବେଳେ ଅମାନିଆ ବାଇକ ଚାଳକଙ୍କୁ 500 ଟଙ୍କା ଜୋରିମାନା ପକାଉଥିବାବେଳେ ବିନା କାରଣରେ ବୁଲୁଥିବା ଲୋକଙ୍କୁ ଘଉଡାଉଥିବା ନଜର ଆସିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.