ETV Bharat / state

ଉପାନ୍ତ ଅଞ୍ଚଳରୁ 80 ଲିଟର ଚୋରା ମଦ ଜବତ, ମାଫିଆ ଚମ୍ପଟ - Ganjam news

ଲଖାରୀ ଜଙ୍ଗଲରେ ଚୋରା ମଦ ମାଫିଆମାନେ ବେଆଇନ ଭାବେ ପ୍ରସ୍ତୁତ କରୁଥିଲେ ଦେଶୀ ରନ୍ଧା ମଦ । ତେବେ ଏହି ସମୟରେ ଅତର୍କିତ ଭାବେ ଚଢାଉ କରିଥିଲେ ପୋଲିସର ମିଳିତ ଟିମ । ଅଧିକ ପଢନ୍ତୁ...

ଉପାନ୍ତ ଅଞ୍ଚଳରୁ 80 ଲିଟର ଚୋରା ମଦ ଜବତ, ମାଫିଆ ଚମ୍ପଟ

author img

By

Published : Apr 21, 2020, 10:25 PM IST

ବ୍ରହ୍ମପୁର: ଗଞ୍ଜାମ ଓ ଗଜପତି ଜିଲ୍ଲାର ସୀମାନ୍ତରେ ଥିବା ଉପାନ୍ତ ଅଞ୍ଚଳରେ ଚୋରା ମଦ କାରବାରର ପର୍ଦ୍ଦାଫାସ ହୋଇଛି । ଏହାସହ ବିପୁଳ ପରିମାଣରେ ଚୋରା ମଦକୁ ଜବତ କରି ନଷ୍ଟ କରାଯାଇଛି । ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ସମତେ ପାଟପୁର, କେ ନୂଆ ଗାଁ, ମୋହନା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢାଉ ହୋଇଥିଲା ।

ଉପାନ୍ତ ଅଞ୍ଚଳରୁ 80 ଲିଟର ଚୋରା ମଦ ଜବତ, ମାଫିଆ ଚମ୍ପଟ

ସୀମାନ୍ତରେ ଥିବା ଉପାନ୍ତ ଅଞ୍ଚଳ ଲଖାରୀ ଜଙ୍ଗଲର ବିଭିନ୍ନ ସ୍ଥାନରେ ଚୋରା ମଦ ମାଫିଆମାନେ ବେଆଇନ ଭାବେ ପ୍ରସ୍ତୁତ କରୁଥିଲେ ଦେଶୀ ରନ୍ଧା ମଦ । ତେବେ ଏହି ସମୟରେ ଅତର୍କିତ ଭାବେ ଚଢାଉ କରିଥିଲେ ପୋଲିସର ମିଳିତ ଟିମ । ପ୍ରାୟ ୧୬ ହଜାର ୮୦୦ କେଜି ଗୁଡ ଓ ମହୁଲ ମିଶ୍ରିତ ପୋଚକୁ ନଷ୍ଟ କରାଯାଇଥିଲା । ଏହାସହ ଘଟଣାସ୍ଥଳରୁ ୮୦ ଲିଟର ଦେଶୀ ଚୋରା ମଦ ସହ ରନ୍ଧା କାର୍ଯ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଛି । ଦୀର୍ଘ ଦିନ ଧରି ମଦ ମାଫିଆମାନେ ଲଖାରୀ ଜଙ୍ଗଲର ଉପାନ୍ତ ଅଞ୍ଚଳ ରଙ୍ଗିଆମ୍ବ, ତୁଳସୀ ନଗର, ଜୁଆଣୀପଲ୍ଲୀ, ଶ୍ୟାମସୁନ୍ଦରପୁର ପଲ୍ଲୀ, ବଡପଦା ଆଦି ଆଦିବାସୀ ଅଞ୍ଚଳରେ ମଦ ପ୍ରସ୍ତୁତ କରି ବାହାର ଅଞ୍ଚଳଙ୍କୁ ପଠାଯାଉଥିବା ଖବର ପାଇ ମିଳିତ ଭାବେ ଏହି ଚଢାଉ ହୋଇଥିଲା ।

ତେବେ ଘଟଣାସ୍ଥଳରୁ ମାଫିଆମାନେ ଚମ୍ପଟ ମାରିଥିବା କୁହାଯାଇଛି । ଏହି ଚଢାଉରେ ଦିଗପହଣ୍ଡି ବିଡିଓ ହଳଧର ଶବରଙ୍କ ସହିତ ଦକ୍ଷିଣାଞ୍ଚଳ ଗୁଇନ୍ଦା ବିଭାଗ ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, ବ୍ରହ୍ମପୁର ଷ୍ଟ୍ରାଇକ ଫୋର୍ସ ଉପନିରୀକ୍ଷକ ଶ୍ରୀଧର ମହାନ୍ତି, କେ ନୂଆ ଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ, ପାଟପୁର ଏସ୍ଆଇ ଶ୍ରୀଜିତ କୁମାର ପାଢୀ, ମୋହନା ଏସ୍ଆଇ ଏଲ୍ ଏମ୍ ସାଗର, ଦିଗପହଣ୍ଡି ଏସ୍ଆଇ ଅଭିରାମ ସାହୁ, ଏଏସ୍ଆଇ ରବିନ୍ଦ୍ରନାଥ ପାଢୀ, ଗୋବିନ୍ଦ ବେହେରା, ଡମ୍ବରୁ ବେହେରା, ଅଜୟ କୁମାର ସାହୁ, ପଦ୍ମାବତୀ ସେଠୀ ପ୍ରମୁଖଙ୍କ ସମେତ ସମସ୍ତ ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ସେହିପରି ଜରଡା ଥାନା ପକ୍ଷରୁ ଦୁଇ ହଜାର ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି । ଏହି ଥାନା ଇଲାକା ବାଙ୍କସାହିରେ ଏକ ମଦ ରନ୍ଧା ଭାଟିକୁ ଭଙ୍ଗାଯିବା ସହ ଦୁଇ ହଜାର ଲିଟର ପୋଚ ନଷ୍ଟ କରାଯାଇଛି । ବ୍ୟାରେଲ୍, ହାଣ୍ଡି ପ୍ରମୁଖ ଜବତ କରାଯାଇଛି । ଏନେଇ ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁଙ୍କ ସହ ସମସ୍ତ ପୋଲିସ ସହଯୋଗ କରିଥିବା ସୂଚନା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.