ETV Bharat / state

ବ୍ରହ୍ମପୁରରେ ସାଇବର ଠକେଇ : ଅଧ୍ୟାପିକାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ରହିଗଲା ଟଙ୍କା

author img

By

Published : Dec 15, 2022, 10:28 PM IST

ବ୍ରହ୍ମପୁରରେ ସାଇବର ଠକେଇ । ଟିକିଏ ସାବଧାନତା ଯୋଗୁଁ ରହିଗଲା ଟଙ୍କା । ଆଉ ଠକେଇଙ୍କ କବଳରୁ ନିଜ ଉପାର୍ଜିତ ଧନକୁ ଅତି ଚାଲାକ ସହିତ ସୁରକ୍ଷିତ ଭାବେ ନେଇ ଆସିଲେ ସମସ୍ତ ଟଙ୍କା । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରରେ ସାଇବର ଠକେଇ : ଅଧ୍ୟାପିକାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ରହିଗଲା ଟଙ୍କା
ବ୍ରହ୍ମପୁରରେ ସାଇବର ଠକେଇ : ଅଧ୍ୟାପିକାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ରହିଗଲା ଟଙ୍କା
ବ୍ରହ୍ମପୁରରେ ସାଇବର ଠକେଇ : ଅଧ୍ୟାପିକାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ରହିଗଲା ଟଙ୍କା

ବ୍ରହ୍ମପୁର : ବ୍ରହ୍ମପୁରରେ ସାଇବର ଠକେଇ । ଟିକିଏ ସାବଧାନତା ଯୋଗୁଁ ରହିଗଲା ଟଙ୍କା । ଆଉ ଠକେଇଙ୍କ କବଳରୁ ନିଜ ଉପାର୍ଜିତ ଧନକୁ ଅତି ଚାଲାକ ସହିତ ସୁରକ୍ଷିତ ଭାବେ ନେଇ ଆସିଲେ ସମସ୍ତ ଟଙ୍କା । ବ୍ରହ୍ମପୁର ସହରର ଅଧ୍ୟାପିକା କଳ୍ପନା ସେନାପତି ଆଜି ସାଇବର ଲୁଟେରା ଠାରୁ ନିଜ ଉପାର୍ଜିିତ ଧନକୁ ବଞ୍ଚାଇପାରିଛନ୍ତି । ସାଇବର ଠକେଇର ଶିକାର ହେଉଥିବା ଜାଣିପାରି ସତର୍କ ହୋଇଯାଇଥିଲେ ବ୍ରହ୍ମପୁର ସହରର ଅଧ୍ୟାପିକା । ନିଜ ଆକାଉଣ୍ଟରେ ରହିଥିବା ସମସ୍ତ ଟଙ୍କାକୁ ନିଜ ସ୍ୱାମୀଙ୍କ ଆକାଉଣ୍ଟକୁ ପଠାଇବା ପରେ ଠକ ମାନଙ୍କ ଠାରୁ ସମସ୍ତ ତଥ୍ୟ ଆଦାୟ କରି ପୋଲିସ ନିକଟରେ ଅଭିଯୋଗ କରିବେ କହିଥିଲେ ।

ବ୍ରହ୍ମପୁର ସହରର ବୀମାନଗର ଅଞ୍ଚଳରେ ରହୁଥିବା ଅଧ୍ୟାପିକା କଳ୍ପନାଙ୍କର ରାଜଧାନୀ ଭୁବନେଶ୍ୱରରେ ଏକ ଘର ରହିଛି । ଏହାକୁ ବିକିବା ପାଇଁ ଅଧ୍ୟାପିକା ଜଣକ ଓଏଲ୍ଏକ୍ସ ଜରିଆରେ ବିଜ୍ଞାପନ ଦେଇଥିଲେ । ଏହାକୁ ଦେଖିବା ପରେ ଜଣେ ବ୍ୟକ୍ତି ଭାରତୀୟ ସେନାରେ କାର୍ଯ୍ୟ କରୁଥିବାର ପରିଚୟ ଦେଇ ଘର ସମ୍ପର୍କରେ ବୁଝିଥିଲେ । ଏହାପରେ ଅଧ୍ୟାପିକଙ୍କ ସହିତ ଫୋନରେ କଥାବାର୍ତ୍ତା କରିବା ସହିତ ଘର ଭଡା ନେବାକୁ ମାଗିଥିଲେ । ଏପରିକି ଅଧ୍ୟାପିକାଙ୍କୁ ସେନାରେ କାର୍ଯ୍ୟ କରୁଥିବା ପରିଚୟପତ୍ର , ପାନ୍ କାର୍ଡ, ଆଧାରକାର୍ଡ ସହିତ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

ହେଲେ ଏହାପରେ ଅଧ୍ୟାପିକାଙ୍କ ଆକାଉଣ୍ଟ ତଥ୍ୟ ମାଗିବା ସହିତ ଫୋନ୍ ପେ, ଗୁଗୁଲ ପେ ତଥ୍ୟ ମାଗିଥିଲେ ସାଇବର ଲୁଟେରାମାନେ । ଏନେଇ ଅଧ୍ୟାପିକାଙ୍କର ସନ୍ଦେହ ହେବାରୁ ମହିଳା ଜଣଙ୍କ ସତର୍କ ହୋଇଯାଇଥିଲେ । ସେମାନେ କହିବା ପ୍ରକାରେ ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ନିଜ ଆକାଉଣ୍ଟରେ ରହିଥିବା ସମସ୍ତ ଅର୍ଥକୁ ସ୍ୱାମୀଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ ।

ଶେଷରେ ଭାରତୀୟ ସେନାର ପରିଚୟ ଦେଇ ସାଇବର ଲୁଟେରାମାନେ ଠକେଇ କରୁଥିବା ଜାଣିବା ପରେ ସେ ସମସ୍ତ ତଥ୍ୟ ନିଜ ପାଖରେ ରଖି ପୋଲିସ ନିକଟରେ ଅଭିଯୋଗ କରିବେ କହି ଲୁଟେରାଙ୍କୁ କହିଥିଲେ । ଫଳରେ ଏକ ବଡ଼ ଲୁଟରୁ ମୁକ୍ତି ପାଇଥିଲେ ଅଧ୍ୟାପିକ କଳ୍ପନା ସେନାପତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.