ETV Bharat / state

ସୋରଡା ବିଧାୟକଙ୍କ ନାମରେ ଜମି କେଳେଙ୍କାରୀ ଅଭିଯୋଗ - Ganjam Land Scam

ସୋରଡା ବିଧାୟକଙ୍କ ନାମରେ ଜମି କେଳେଙ୍କାରୀ ଅଭିଯୋଗ । ଖଣ୍ଡନ କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ଅଧିକ ପଢନ୍ତୁ...

ସୋରଡା ବିଧାୟକ
ସୋରଡା ବିଧାୟକ
author img

By

Published : Jan 6, 2021, 10:35 AM IST

ଭଞ୍ଜନଗର: ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନାମରେ ଜମି କେଳେଙ୍କାରୀ ଅଭିଯୋଗ । ଶାଗ ମାଛ ଦରରେ ଏକର ଏକର ଆଦିବାସୀ ଜମିକୁ କିଣିଥିବାର ଅଭିଯୋଗ ଆଣିଲେ ବିଜେପି ଓ କଂଗ୍ରେସ ।

ସୋରଡା ବିଧାୟକ

ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଗିରଫ ହେବାପରେ ସୋରଡା ବିଧାୟକଙ୍କ ନାମରେ ଆସିଛି ଜମି କେଳେଙ୍କାରୀର ଅଭିଯୋଗ। ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଏପଟେ ପ୍ରଦୀପ ପାଣିଗ୍ରାହୀଙ୍କ ବହୁ ଅର୍ଥ କାରବାରରେ ସୋରଡା ବିଧାୟକଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହିତ ଶାଗ ମାଛ ଦରରେ ଏକର ଏକର ଆଦିବାସୀଙ୍କ ଜମିକୁ ଭୟଭୀତ କରାଇ କିଣିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ । ଯାହାର ଭିଜିଲାନ୍ସ ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି ।

ପୂର୍ବରୁ ଜଣେ ହକର ଥିବା ବ୍ୟକ୍ତି ବିଧାୟକ ହେବାପରେ ଏତେ ସମ୍ପତ୍ତି କେଉଁ ଠାରୁ ଆସିଲା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି । ଅନ୍ୟପଟେ ଜମି କେଳେଙ୍କାରୀ ଅଭିଯୋଗ ପରେ ଜମି ମୋ ନାମରେ ନାହିଁ, ସବରେଜିଷ୍ଟାର ଅଫିସରେ ଦେଖିଲେ ଜଣାପଡିବ କାହା ନାମରେ ଜମି ଅଛି ବୋଲି ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.