ETV Bharat / state

ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ - କୃଷ୍ଣସାର ମୃଗର ମୃତ୍ୟୁ

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ । ମୃଗଟିକୁ ଫରେଷ୍ଟଗାର୍ଡ ନୀଳମାଧବ ଜେନା ଏବ° ପାରା କର୍ମଚାରୀ ମାନେ ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଛନ୍ତି । ଆଜି ଶବ ବ୍ୟବଚ୍ଛେଦ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 28, 2019, 2:57 AM IST

ବ୍ରହ୍ମପୁର: ଅଜଣା ଗାଡି ଧକ୍କାରେ ଜିଲ୍ଲାରେ ପୁଣି ଗୋଟିଏ କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି । ଜିଲ୍ଲାର ଦିଗପହଣ୍ଡିଠାରୁ ବ୍ରହ୍ମପୁର ରାସ୍ତାରେ ରାତ୍ର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅନ୍ୟପଟେ ଦିଗପହଣ୍ଡି ବନବିଭାଗ ପକ୍ଷରୁ ମୃତ କୃଷ୍ଣସାର ମୃତଦେହକୁ ଉଦ୍ଧାର କରାଯାଇଛି।

ମୁଖ୍ୟତଃ କୌଣସି ଏକ ଅଜଣା ଭାରିଯାନ ଗାଡି ଧକ୍କା ଦେଇ କେଉଁଆଡେ ଫେରାର ହୋଇଯାଇଥିବା ବେଳେ କୃଷ୍ଣସାର ମୃଗଟିକୁ ଶକ୍ତ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଏପରିକି ମୃଗଟିର ଗୋଟିଏ ଶିଙ୍ଗ ସହିତ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ମୃଗଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ପାଣି ଦେଇ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ।

ବନବିଭାଗ ପକ୍ଷରୁ ଫରେଷ୍ଟଗାର୍ଡ ନୀଳମାଧବ ଜେନା ଏବ° ପାରା କର୍ମଚାରୀ ମାନେ ପହଞ୍ଚି ମୃତ କୃଷ୍ଣସାର ମୃଗଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ । ମୃତ ଅଣ୍ଡିରା ମୃଗର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଗଞ୍ଜାମ ଜିଲ୍ଲାରେ କୃଷ୍ଣସାର ମୃଗ ବିଚରଣ କରୁଥିବା ଅଞ୍ଚଳ ଗୁଡିକରେ ରାସ୍ତା ଉପରେ ସତର୍କ କିମ୍ବା ସଚେତନତା ଫଳକ ଲଗାଯାଉନଥିବାରୁ ଯାନବାହାନ ଗୁଡିକ ଦ୍ରୁତ ଗତିରେ ଚଳାଚଳ କରି ଏପରି ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଉଛନ୍ତି । ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ଆସନ୍ତା ଦିନରେ ଏଭଳି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମିବା ସହିତ କୃଷ୍ଣସାର ମୃଗର ସୁରକ୍ଷା ହୋଇପାରିବ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ

ଅଜଣା ଗାଡି ଧକ୍କାରେ ଗଞ୍ଜାମ ଜିଲ୍ଲାରେ ପୁଣି ଗୋଟିଏ କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି । ଜିଲ୍ଲାର ଦିଗପହଣ୍ଡି ଠାରୁ ବ୍ରହ୍ମପୁର ରାସ୍ତାର ରାତ୍ର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଅନ୍ୟପଟେ ଦିଗପହଣ୍ଡି ବନବିଭାଗ ପକ୍ଷରୁ ମୃତ କୃଷ୍ଣସାର ମୃତଦେହକୁ ଉଦ୍ଧାର କରାଯାଇଛି।
ମୁଖ୍ୟତ କୌଣସି ଏକ ଅଜଣା ଭାରିଯାନ ଗାଡି ଧକ୍କା ଦେଇ କେଉଁଆଡେ ଫେରାର ହୋଇଯାଇଥିବା ବେଳେ କୃଷ୍ଣସାର ମୃଗଟିକୁ ଶକ୍ତ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଏପରିକି ମୃଗଟିର ଗୋଟିଏ ଶିଙ୍ଗ ଭାଙ୍ଗିଯାଇଥିବା ବେଳେ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ମୃଗଟିକୁ ପାଣି ଦେଇ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା । ବନବିଭାଗ ପକ୍ଷରୁ ଫରେଷ୍ଟଗାର୍ଡ ନୀଳମାଧବ ଜେନା ଏବ° ପାରା କର୍ମଚାରୀ ମାନେ ପହଞ୍ଚି ମୃତ କୃଷ୍ଣସାର ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଯାଇଥିବା ବେଳେ ରବିବାର ଶବ ବ୍ୟବଚ୍ଛେଦ କରାଯିବ । ମୃଗଟି ପୁରୁଷ ହୋଇଥିବା ବେଳେ ବୟସ ୫ ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।ଗଞ୍ଜାମ ଜିଲ୍ଲାରେ କୃଷ୍ଣସାର ମୃଗ ବିଚରଣ କରୁଥିବା ଅଞ୍ଚଳ ଗୁଡିକରେ ରାସ୍ତା ଉପରେ ସତର୍କ କିମ୍ବା ସଚେତନତା ଫଳକ ଲଗାଯାଉନଥିବା ବେଳେ ଯାନବାହାନ ଗୁଡିକ ଦୃତ ଗତିରେ ଚଳାଚଳ କରି ଏପରି ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଉଥାନ୍ତି । ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ଆସନ୍ତା ଦିନରେ ଏଭଳି ଦୁର୍ଘଟଣାରେ ମୃତ ସଂଖ୍ୟା କମିବା ସହିତ କୃଷ୍ଣସାର ମୃଗର ସୁରକ୍ଷା ହୋଇପାରିବ ବୋଲି ବିଭିନ୍ନ ମହଲରେ ଦାବୀ କରିଛନ୍ତି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.