ETV Bharat / state

ମା' ବୁଢୀ ଠାକୁରାଣୀ ଯାତ୍ରାରେ ଆକର୍ଷଣ ବାଘନାଚ, କାହିଁକି ହୋଇଥାଏ ସବୁଠୁ କଷ୍ଟ ବେଶ - ବାଘବେଶ ପଛର କାହାଣୀ

ଚାଙ୍ଗୁ ବାଦ୍ୟ ତାଳେ ତାଳେ ବାଘ ରୂପୀ ମଣିଷ ନୃତ୍ୟ କରନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାରେ ଏହା ମୁଖ୍ୟ ଆକର୍ଷଣ ସାଜିଥାଏ । ଏହାସହ ଏହି ବେଶ ସବୁଠୁ କଷ୍ଟସାଧ୍ୟ ମଧ୍ୟ । ଏପରି କାହିଁକି ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ

Bagha besha for Berhampur's Maa Bhudhi Thakurani Yatra

author img

By

Published : Apr 29, 2023, 8:38 PM IST

ମା' ବୁଢୀ ଠାକୁରାଣୀ ଯାତ୍ରାରେ ଆକର୍ଷଣ ବାଘନାଚ, କାହିଁକି ହୋଇଥାଏ ସବୁଠୁ କଷ୍ଟ ବେଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହହର ମା' ବୁଢୀ ଠାକୁରାଣୀ ଯାତ୍ରାରେ ସବୁଠାରୁ ଆକର୍ଷଣ ରହିଥାଏ ମା'ଙ୍କ ବାଘବେଶ । ଚାଙ୍ଗୁବାଦ୍ୟର ତାଳେ ତାଳେ ବାଘବେଶରେ ସାମିଲ ହୋଇଥିବା ଯୁବକମାନେ ବୀରତ୍ୱର ସହିତ କରିଥାନ୍ତି ବାଘ ନାଚ । ଗଞ୍ଜାମର ଏହି ପାରମ୍ପାରିକ ଲୋକନୃତ୍ୟକୁ ବୁଢୀ ଠାକୁରାଣୀ ଯାତ୍ରାରେ ବହୁଳ ଭାବରେ ଦେଖିବାକୁ ମିଳିଥାଏ । ଅତ୍ୟନ୍ତ କଷ୍ଟକର କୁହାଯାଉଥିବା ଏହି ନୃତ୍ୟକୁ ପରିବେଷଣ କରିବା ପାଇଁ ମାନସିକଧାରୀମାନେ କଠୋର ବ୍ରତ ପାଳନ କରିଥାନ୍ତି । ଏହାପଛରେ ମଧ୍ୟ ଏକ ବିଶେଷ କିମ୍ବଦନ୍ତୀ ରହିଛି । ବାଘ ବେଶ ଧାରଣ କରିବା ଲାଗି ଦୀର୍ଘ ୩ମାସ ଧରି ସାତ୍ତ୍ବିକ ଆହାର ଗ୍ରହଣ କରନ୍ତି ଲୋକେ । ଶ୍ରଦ୍ଧା ମନର ସହିତ ଏହି ବେଶ ଧାରଣ କରନ୍ତି ।

ପାରମ୍ପାରିକ ଲୋକନୃତ୍ୟକୁ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାରେ ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ । ଚାଙ୍ଗୁ ବାଦ୍ୟର ତାଳେ ତାଳେ ମାନସିକଧାରୀ ଯୁବକମାନେ ବାଘ ବେଶରେ ସଜ୍ଜିତ ହୋଇ ବୀରତ୍ୱର ସହିତ ଏହି ନୃତ୍ୟକୁ କରିଥାନ୍ତି ପରିବେଷଣ । ବାଘର ଚାହାଣୀଠାରୁ ଆରମ୍ଭ କରି ପଦଚାଳନା ଓ ବିଭିନ୍ନ ମୁଦ୍ରାକୁ ଏହି ନୃତ୍ୟ ମାଧ୍ୟମରେ ଯୁବକମାନେ ବିଭିନ୍ନ ଅଙ୍ଗଭଙ୍ଗୀକୁ କରିଥାନ୍ତି ପ୍ରଦର୍ଶୀତ । ଯାହା ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ରହିଥାଏ ସମସ୍ତଙ୍କର ଆକର୍ଷଣୀୟ କେନ୍ଦ୍ରବିନ୍ଦୁ । ଜଣେ ମାନସିକଧାରୀ ଏହି ନୃତ୍ୟ ପରିବେଷଣ କରିବା ପୂର୍ବରୁ ଅନେକ ଏହି ବେଶଧାରଣ ପାଇଁ କେତେକ ନିୟମକୁ ପାଳନ କରିଥାଏ ।

ଏହା ବି ପଢନ୍ତୁ- ବୁଢୀ ଠାକୁରାଣୀ ଯାତ୍ରାରେ ‘ଇଟିଭି ଭାରତ’ କ୍ରେଜ, କିଏ ମୁଣ୍ଡ କିଏ ପିଠିରେ ଲେଖିଲା ନାଁ

ନିଷ୍ଠାର ସହିତ ଗୁରୁଙ୍କ ପାଖରେ ରହି ନାଚ ଶିକ୍ଷା ଗ୍ରହଣ କରିବା ସହିତ ବାଘ ବେଶ ଧାରଣ ପୂର୍ବରୁ ନିଜ ଶରୀରକୁ ସଂପୂର୍ଣ୍ଣ ଲୋମ ମୁକ୍ତ କରିବା ସହ ମା'ଙ୍କ ନିକଟକୁ ଯାଇ ପୁଜାର୍ଚ୍ଚନା କରିଥାଏ । ପରେ ବାଘବେଶରେ ସଜ୍ଜିତ ହେବା ପରେ ବାଘର ମୁକୁଟ ଓ ବାଜୁବନ୍ଧ ବନ୍ଧାଯିବା ପରେ ମାଁ ଙ୍କୁ ଦର୍ଶନ କରିଥାଏ ମାନସିକ ଧାରୀ । ମୁଖ୍ୟତଃ ପ୍ରତି ଦୁଇବର୍ଷକୁ ଥରେ ଆୟୋଜିତ ହେଉଥିବା ମା'ଙ୍କ ଯାତ୍ରାରେ ବାଘବେଶ ଏକ କଷ୍ଟକର ବେଶ ହୋଇଥିବା ବେଳେ ମା'ଙ୍କ ଏହା ଅନନ୍ୟ ବେଶ ବୋଲି କୁହାଯାଇଥାଏ । ଚଳିତବର୍ଷ ମା'ଙ୍କ ଯାତ୍ରା ସମୟରେ ଅନେକ ସାହିରେ ସାମୁହିକ ଭାବରେ ଯୁବକ ମାନେ ବାଘବେଶରେ ସଜ୍ଜିତ ହୋଇ ଚାଙ୍ଗୁ ବାଦ୍ୟରେ କରୁଛନ୍ତି ନୃତ୍ୟ ପରିବେଷଣ ।

ସେପଟେ ମା'ଙ୍କ ଯାତ୍ରାର ଇତିହାସକୁ ଦେଖିଲେ ମା' ଠାକୁରାଣୀ ପ୍ରାଚୀନ ମହୁରୀ ରାଜ୍ୟର ରାଜଧାନୀ ବ୍ରହ୍ମପୁର ଉପକଣ୍ଠରେ ରହିଥିଲା । ମା'ଙ୍କ ତତ୍ ସମୟର ଅବସ୍ଥାନ ଜଙ୍ଗଲ ମଧ୍ୟରେ ପରିପୂର୍ଣ୍ଣ ରହିଥିବା ବେଳେ ମା'ଙ୍କ ବାହନ ରହିଥିଲା ବାଘ । ଏଣୁ ଯାତ୍ରା ସମୟରେ ମା'ଙ୍କୁ କନ୍ୟା ରୂପରେ ବାଘ ଦେଖିବା ସମୟରେ ଖୁସିରେ ନାଚି ଉଠେ ବୋଲି କୁହାଯାଏ । ଏ ନେଇ ସଂସ୍କୃତି ଗବେଷକ ହୃଷୀକେଶ ପାଣିଗ୍ରାହୀ କହିଛନ୍ତି, " ଯେତେବେଳେ ଯାତ୍ରା ସମୟରେ ମା' କନ୍ୟାରୂପରେ ଆସି ଲୀଳାଖେଳା କରନ୍ତି, ସେତେବେଳେ ତାଙ୍କୁ ଦେଖି ଖୁସିରେ ନାଚି ଉଠେ ବାଘ । ଏହି ଯାତରେ ବାଘବେଶ ଧାରଣ କରିବା ଲାଗି ପ୍ରାୟ ୩ମାସ ସାତ୍ତ୍ବିକ ଭୋଜନ କରନ୍ତି ମାନସିକଧାରୀ । ମା'ଙ୍କୁ ସ୍ମରଣ କରି ସେ ଏହି ବେଶ ଧାରଣ କରନ୍ତି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.